Passport Is Not Proof of Citizenship: ପାସପୋର୍ଟ ନୁହେଁ ନାଗରିକ ପ୍ରମାଣ, କେବଳ ଯାତ୍ରା ପାଇଁ ଏକ ଦଲିଲ୍

Jun 25, 2026 - 15:42
Passport Is Not Proof of Citizenship: ପାସପୋର୍ଟ ନୁହେଁ ନାଗରିକ ପ୍ରମାଣ, କେବଳ ଯାତ୍ରା ପାଇଁ ଏକ ଦଲିଲ୍

ନାଗରିକତାର ପ୍ରମାଣ ନୁହେଁ ପାସପୋର୍ଟ। ଏହା କେବଳ ଯାତ୍ରା ପାଇଁ ଏକ ଦଲିଲ୍ । ପାସପୋର୍ଟକୁ ନେଇ ଏଭଳି ସ୍ପଷ୍ଟୀକରଣ ରଖିଛି ବୈଦେଶିକ ମନ୍ତ୍ରଣାଳୟ। ଭାରତୀୟ ପାସପୋର୍ଟ ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ବୈଧ ଦଲିଲ ବୋଲି ମନ୍ତ୍ରଣାଳୟ କହିଛି। ଏହା ଦେଶର ନାଗରିକତ୍ୱର ପ୍ରମାଣପତ୍ର ନୁହେଁ। ପାସପୋର୍ଟର ମୂଳ କାମ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସୁରକ୍ଷିତ ଯାତ୍ରା ସୁବିଧା ଯୋଗାଇବା ଏବଂ ବିଦେଶରେ ପରିଚୟ ପ୍ରମାଣିତ କରିବା। 

ଅନ୍ୟ କେତେକ ସହାୟକ ଦଲିଲ ଆଧାରରେ ପାସପୋର୍ଟ ପ୍ରସ୍ତୁତ କରାଯାଏ। ଯଦି କୌଣସି ଅଣ-ନାଗରିକ ଜାଲ୍ ଦଲିଲ୍ ଦେଇ ପାସପୋର୍ଟ ହାସଲ କରିଥାଏ, ତେବେ କେବଳ ପାସପୋର୍ଟ ବଳରେ ସେ ନାଗରିକତ୍ୱ ଦାବି କରିପାରିବେ ନାହିଁ। ଆଇନଗତ ଭାବେ ପ୍ରତ୍ୟେକ ପାସପୋର୍ଟ ଭାରତ ସରକାରଙ୍କ ସମ୍ପତ୍ତି ଏବଂ ସରକାର ଚାହିଁଲେ ଏହାକୁ ଯେକୌଣସି ସମୟରେ ରଦ୍ଦ ବା ଫେରସ୍ତ ନେଇପାରିବେ।