Body Hauled on Bicycle: ପଦ୍ମପୁରରେ ଲଜ୍ଜା; ସାଇକେଲରେ ବୁହା ହେଲା ଶବ

Jun 25, 2026 - 18:38
Body Hauled on Bicycle: ପଦ୍ମପୁରରେ ଲଜ୍ଜା; ସାଇକେଲରେ ବୁହା ହେଲା ଶବ

ସାହି ଭାଇଙ୍କ କାନ୍ଧ ନମିଳିବାରୁ ସାଇକେଲରେ ଶବ ବୋହିନେଲେ ପୁଅ। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଘଟିଛି ଏହି ଘଟଣା । ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଶ୍ମଶାନ ନେବାକୁ ସାହି ଭାଇଙ୍କ କାନ୍ଧ ମିଳିନଥିଲା। ଶବବାହୀ ଗାଡ଼ି ମଧ୍ୟ ନମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ। 

ଶେଷରେ ମୃତକଙ୍କ ପୁଅ ବାଧ୍ୟ ହୋଇ ବାପାଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଥିଲେ। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ମର୍ମାହତ ହୋଇଥିବା ବେଳେ ସରକାରୀ ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। 

ଗରିବ ଓ ଅସହାୟ ପରିବାରଙ୍କୁ ଶବବାହୀ ଯାନ ସେବା ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାମାନେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶବବାହୀ ଯାନ ସୁବିଧାକୁ ସୁଦୃଢ଼ କରିବାକୁ ଦାବି କରିଛନ୍ତି ।