Parliamentary Panel Meeting: ଜୁଲାଇ ୨୦ ଆନ୍ଦୋଳନକୁ ନେଇ ବିଜେପି-କଂଗ୍ରେସ ସାଂସଦ ମୁହାଁମୁହିଁ
"ନୂଆଦିଲ୍ଲୀ: ଗୃହ ବ୍ୟାପାର ସଂକ୍ରାନ୍ତ ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଆଜି ବିରୋଧୀ ସାଂସଦମାନଙ୍କର ଶାସକ ଦଳ ସଦସ୍ୟମାନଙ୍କ ସହ ସଂଘର୍ଷ ଉପୁଜିଛି।
ଜୁଲାଇ ୨୦ ଆନ୍ଦୋଳନ ସମୟରେ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ଦାବିରେ ଆଜି ଏହି ବୈଠକରେ ହୋହଲ୍ଲା ହୋଇଥିଲା।
Advertisment ବୈଠକରେ କଂଗ୍ରେସ ସାଂସଦ ଅଜୟ ମାକେନ ଏକ ଚିଠି ଦାଖଲ କରି ଯନ୍ତରମନ୍ତର ଆନ୍ଦୋଳନ ସମୟରେ ଛାତ୍ରଙ୍କ ବିରୋଧରେ ଲାଠିମାଡ଼ ଏବଂ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗ ଉପରେ ଆଲୋଚନା ପାଇଁ କହିଥିଲେ।
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।
ବିରୋଧୀ ସାଂସଦମାନେ କହିଥିଲେ ଯେ, ଆନ୍ଦୋଳନରେ ପୁଲିସ ଲାଠିମାଡ଼ରେ ଅନେକ ଛାତ୍ର ଆହତ ହୋଇଛନ୍ତିି।
ତେଣୁ ଏହି ମାମଲାକୁ "ପିଲାଙ୍କ ବିରୋଧରେ ଅପରାଧ" ଭାବେ ବିବେଚନା କରାଯିବା ଉଚିତ।
କିନ୍ତୁ କମିଟି ଅଧ୍ୟକ୍ଷ ରାଧାମୋହନ ଦାସ ଅଗ୍ରୱାଲ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଅଭିଯୋଗର ପରୀକ୍ଷା ପାଇଁ ସୁପ୍ରିମ୍କୋର୍ଟଙ୍କ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତିକୁ ଦର୍ଶାଇ ସେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମିଳିଥିବା ସୂଚନାନୁଯାୟୀ, ବୈଠକରେ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଛି।
ଏହାପରେ ଅଧ୍ୟକ୍ଷ ଆଲୋଚନାକୁ ତାଲିକାଭୁକ୍ତ ଏଜେଣ୍ଡା ଭିତରେ ସୀମିତ ରଖିବାକୁ କହିଥିଲେ।
Mining Bill: ଖଣି ବିଲ୍ ଓ ସାଂସଦମାନଙ୍କୁ ପ୍ରଶ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
