Paralakhemundi Firecracker ବାଣ ଗୋଦାମରେ ପୁଣି ପୁଲିସ ଚଢ଼ାଉ
"ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏକ ବାଣ ଗୋଦାମ ଉପରେ ପୁଣି ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁଲିସ।
ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।Advertisment Paralakhemundi police: ବେଆଇନ ବାଣ ଗଚ୍ଛିତ ଅଭିଯୋଗ ପରେ ଗୋଦାମ ହେଲା ସିଲ୍: ଲକ୍ଷାଧିକ ଟଙ୍କାର ବାଣ ଜବତ ସୂଚନା ଅନୁଯାୟୀ, ରାଣୀପେଣ୍ଠରୁ କାଶୀନଗର ଯିବା ରାସ୍ତାରେ ରେଳ ଫାଟକ ନିକଟରେ ଥିବା ଏକ ଗୋଦାମରେ ବାଣ ଗଚ୍ଛିତ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି।
The toxic grip of plastic: ମାଡ଼ିଗଲାଣି ପ୍ଲାଷ୍ଟିକର ବିଷ ବଳୟ: ବଜାରଘାଟରେ ହାଉଜାଉ, ପ୍ଲାଷ୍ଟିକମୁକ୍ତ ବଜାର ଧୂଆଁବାଣ ଜବତ ବାଣର ପରିମାଣ, ମୂଲ୍ୟ ଓ ଗୋଦାମରେ ବାଣ ଗଚ୍ଛିତ କରିବା ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ, ସେନେଇ ପୁଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
