Pakistan: ପାକିସ୍ତାନରେ ପରମାଣୁ କମାଣ୍ଡ ପ୍ରଧାନମନ୍ତ୍ରୀଙ୍କ ହାତରୁ ମୁନିରଙ୍କୁ ଗଲା
"ଇସଲାମାବାଦ: ପାକିସ୍ତାନ ୨୭ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହାର ପ୍ରତିରକ୍ଷା ଗଠନରେ ଏକ ବଡ଼ ପରିବର୍ତ୍ତନ ଆଣିଛି।
ପ୍ରଧାନମନ୍ତ୍ରୀଙ୍କଠାରୁ ପରମାଣୁ ଅସ୍ତ୍ର (ପରମାଣୁ କମାଣ୍ଡ) ସମ୍ପୂର୍ଣ୍ଣ ନିୟନ୍ତ୍ରଣ କାଢ଼ି ନେଇ ଏହାକୁ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ନୂତନ "ଜାତୀୟ ରଣନୀତିକ କମାଣ୍ଡ" (ଏନ୍ଏସ୍ସି)କୁ ହସ୍ତାନ୍ତର କରିଛି।
ସଦ୍ୟତମ ସଂଶୋଧନ ଅନୁଯାୟୀ, ଦେଶର ରଣନୈତିକ ସମ୍ପତ୍ତି ଓ ପରମାଣୁ ଅସ୍ତ୍ରଶସ୍ତ୍ରର କାର୍ଯ୍ୟକ୍ଷମତାକୁ ପରିଚାଳନା କରିବାକୁ ପାକିସ୍ତାନ ଏନ୍ଏସ୍ସି ପ୍ରତିଷ୍ଠା କରିଛି।Advertisment ଆହୁରି ପଢନ୍ତୁ:Rape Accuse Arrested: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ ପାକିସ୍ତାନର ଏହି ପଦକ୍ଷେପ ନ୍ୟାସନାଲ କମାଣ୍ଡ ଅଥୋରିଟି (ଏନ୍ସିଏ) ରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ସଙ୍କୁଚିତ କରିଛି।
ମୁନିର ପ୍ରତିରାକ୍ଷା ବାହିନୀ ମୁଖ୍ୟ ଓ ସେନା ଭାବେ ଦ୍ବୈତ ଭୂମିକାରେ ଥିବା ଯୋଗୁ ତାଙ୍କୁ ଏହି କ୍ଷମତା ମିଳିଥିବା ରିପୋର୍ଟରେ କୁହାଯାଇଛି।
ଏହି ବ୍ୟବସ୍ଥାରେ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ଆମେର୍ ରାଜାଙ୍କୁ ୪ ତାରକା ଜେନେରାଲ ପଦବୀକୁ ଉନ୍ନତି କରି ତାଙ୍କୁ ଏନ୍ଏସ୍ସିର ପ୍ରଥମ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି।
ଏନ୍ଏସ୍ସିକୁ ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି ଢାଞ୍ଚାରେ ଗଠନ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।