Over 50 Girl Students Fall Ill After Eating Chhatua: ବାଳିକା ବିଦ୍ୟାଳୟରେ ଖାଦ୍ୟ ବିଷକ୍ରିୟା, ଛତୁଆ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ!
ଛତୁଆ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ। ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଞ୍ଚଳ ସରଗଡା଼ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ପେଟ ବ୍ୟଥା ଓ ଝାଡାବାନ୍ତି ହୋଇଥିଲା l ଏହା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୧୯ ଗୁରୁତରଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l
ଅସୁସ୍ଥ ଛାତ୍ରୀମାନେ ଷଷ୍ଠରୁ ଦଶମ ଶ୍ରେଣୀରl ଖବର ପାଇ ଉପଜିଲ୍ଲାପାଳ ଓ ବିଜାତଳା ବିଇଓ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଛାତ୍ରୀଙ୍କ ଅବସ୍ଥା ବୁଝିଥିଲେ l ଏଥି ସହିତ ହଷ୍ଟେଲରେ ଥିବା ସାମାନ୍ୟ ଅସୁସ୍ଥ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ ଚିକତ୍ସା ପାଇଁ ଏକ ମେଡିକାଲ ଟିମ ପଠାଯାଇଛି l ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଛାତ୍ରୀମାନେ ଏବେ ସୁସ୍ଥ ଅଛନ୍ତି। ୧୮ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଅପମିଶ୍ରିତ ଛତୁଆ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ବୋଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ରନାଥ ଟୁଡୁ ସୂଚନା ଦେଇଛନ୍ତି l
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଖାଦ୍ୟ ବିଷକ୍ରିୟା
ଅପମିଶ୍ରିତ ଛତୁଆ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ!
୧୯ ଛାତ୍ରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ
ଅସୁସ୍ଥ ଛାତ୍ରୀଙ୍କ ସ୍ୱାସ୍ଥାବସ୍ଥା ବୁଝିଲେ ଉପଜିଲ୍ଲାପାଳ
ସ୍କୁଲ ହଷ୍ଟେଲକୁ ଗଲା ମେଡିକାଲ ଟିମ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।