OUAT: ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରରେ ଓୟୁଏଟି ଅସ୍ଥାୟୀ କ୍ୟାମ୍ପ; ସେପ୍ଟେମ୍ବରରୁ ଶିକ୍ଷାଦାନ

Aug 28, 2026 - 09:25
OUAT: ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରରେ ଓୟୁଏଟି ଅସ୍ଥାୟୀ କ୍ୟାମ୍ପ; ସେପ୍ଟେମ୍ବରରୁ ଶିକ୍ଷାଦାନ

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରାଇରଙ୍ଗପୁରରେ ଓୟୁଏଟି ଖୋଲାଯିବା ନେଇ ଗତ ଜୁଲାଇ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଗସ୍ତରେ ଆସିଥିବା ସମୟରେ ଶିଳାନ୍ୟାସ କରିଥିଲେ।

ତେବେ ବର୍ତ୍ତମାନ ଓୟୁଏଟି କ୍ୟାମ୍ପସ ନିର୍ମାଣ କରାଯାଇନଥିବାରୁ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା କରାଯିବ।

ଉକ୍ତ ଅସ୍ଥାୟୀ କ୍ୟାମ୍ପରେ ଆସନ୍ତା ସେପ୍ଟେମ୍ବର ୨୦୨୬ରୁ ଶିକ୍ଷାଦାନ ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି।

ସୂଚନା ଅନୁଯାୟୀ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଏକ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ - ଯାହା ମୂଳତଃ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।

ତାହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ସରକାରଙ୍କ ଅନୁମୋଦନ ମିଳିସାରିଛି।Advertisment ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପ୍ରକ୍ରିୟାଧୀନ ଉକ୍ତ ଅନୁଷ୍ଠାନ ପାଇଁ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପ୍ରକ୍ରିୟାଧୀନ ରହିଛି।

ଏହି ପରିପ୍ରେକ୍ଷୀରେ, ଉପଯୁକ୍ତ ଜମି ଚିହ୍ନଟ, ନିର୍ଦ୍ଦିଷ୍ଟ ବୈଷୟିକ ଦଳ ଦ୍ୱାରା ସ୍ଥାନ ପରିଦର୍ଶନ ଏବଂ ଭିତ୍ତିଭୂମି ବିକାଶ ପାଇଁ ବଜେଟ୍ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ସରକାର ୨୦୨୬-୨୭ ଶିକ୍ଷାବର୍ଷରୁ ଅସ୍ଥାୟୀ ବ୍ୟବସ୍ଥା ମାଧ୍ୟମରେ ପ୍ରସ୍ତାବିତ ମହାବିଦ୍ୟାଳୟ ପାଇଁ ବି.

ଏସ ସି (କୃଷି)ର ପ୍ରଥମ ବ୍ୟାଚ୍‌ର ଶିକ୍ଷାଦାନ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ନାମଲେଖା ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି ଏବଂ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ସେପ୍ଟେମ୍ବର ୨୦୨୬ ମାସରୁ ଆରମ୍ଭ ହେବ ବୋଲି ଦର୍ଶାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓୟୁଏଟିର ବୈଷୟିକ ଦଳ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଣ୍ଡର ସେକ୍ରେଟାରୀ ପକ୍ଷରୁ ତିନୋଟି ସ୍ଥାନ ପରିଦର୍ଶନ କରିଥିଲେ।

ଉକ୍ତ ଟିମ୍‌ର ସର୍ବସମ୍ମତି କ୍ରମେ ମୟୂରଭଞ୍ଜ କୃଷି ମହାବିଦ୍ୟାଳୟକୁ ତୁରନ୍ତ ଚଳାଇବା ପାଇଁ ରାୟରଙ୍ଗପୁରସ୍ଥ ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର ପରିସରକୁ ସବୁଠାରୁ ଉପଯୁକ୍ତ ଏବଂ ସୁରକ୍ଷିତ ସ୍ଥାନ ଭାବରେ ସୁପାରିଶ କରିଛି, କାରଣ ଏଠାରେ ସମସ୍ତ ଆବଶ୍ୟକୀୟ ସୁବିଧା ଗୋଟିଏ ପରିସର ମଧ୍ୟରେ ଉପଲବ୍ଧ ଅଛି।

Odisha High Court: ଓସିଏ ନିର୍ବାଚନ ପ୍ରସଂଗ: ହାଇକୋର୍ଟରେ ଓମବୁଡସମ୍ୟାନଙ୍କ ମତାମତ ଉପସ୍ଥାପନ ଏହି ପରିସରରେ ଥିବା ଭିତ୍ତିଭୂମିକୁ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଛାତ୍ରାବାସ, ଶ୍ରେଣୀଗୃହ ପାଇଁ ଦୁଇଟି ହଲ୍, ଅଧ୍ୟାପକଙ୍କ କକ୍ଷ, କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଇତ୍ୟାଦି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ।

ମୁଖ୍ୟାଳୟରୁ ଆସୁଥିବା ପ୍ରଫେସରମାନଙ୍କ ରହଣି ପାଇଁ ଗୋଟିଏ କର୍ମଚାରୀ ଆବାସ (ଷ୍ଟାଫ୍ କ୍ୱାର୍ଟର୍) କୁ ମହାବିଦ୍ୟାଳୟର ଅତିଥି ଭବନ (ଗେଷ୍ଟ ହାଉସ୍) ଭାବରେ ବ୍ୟବହାର କରାଯାଇପାରିବ।

କମିଟି ଗବେଷଣା କେନ୍ଦ୍ର ନିକଟରେ ଥିବା କ୍ରୀଡ଼ା କମ୍ପ୍ଲେକ୍ସକୁ ମଧ୍ୟ ଚିହ୍ନଟ କରାଯାଇଛି।

ଯାହାକୁ ଶାରୀରିକ ଶିକ୍ଷା କ୍ଲାସ୍ ଏବଂ ମହାବିଦ୍ୟାଳୟର ଇନଡୋର୍/ଆଉଟଡୋର୍ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟବହାର କରାଯାଇପାରିବ।ତେଣୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ରକୁ ଚିହ୍ନଟ କରି ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଛି।

ଯାହାଦ୍ୱାରା ଶ୍ରେଣୀ ପରିଚାଳନା ପାଇଁ ପ୍ରସ୍ତୁତି ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହଲ୍/କକ୍ଷଗୁଡ଼ିକରେ ଆବଶ୍ୟକୀୟ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଲଗାଯାଇପାରିବ।ସେନେଇ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ (କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ)ଙ୍କ ଅବଗତି ନିମନ୍ତେ ଯଥାକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ନିକଟକୁ ତାହାର ନକଲ ପଠାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)