Organic farming: ଜୈବିକ କୃଷି, ହସିବ ମାଟି
"ଆଧୁନିକ ସମୟରେ ଅଧିକ ଫସଲ ଅମଳ କରିବା ଆଶାରେ ଆମେ ଚାଷ ଜମିରେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରୁଛୁ।
ଏହି କୃତ୍ରିମ ସାର ସାମୟିକ ଭାବେ ଅଧିକ ଅମଳ ଦେଉଥିଲେ ମଧ୍ୟ, ଧୀରେ ଧୀରେ ମାଟିର ପ୍ରାକୃତିକ ଉର୍ବରତାକୁ ନଷ୍ଟ କରିଦେଉଛି।
ରାସାୟନିକ ସାରର ବ୍ୟବହାର କମାଇ ମାଟିର ଉର୍ବରତା ବଜାୟ ରଖିବା ପାଇଁ କିଛି ଟିପ୍ସ: Advertisment Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ l ଚାଷଜମିରେ ରାସାୟନିକ ସାର ବଦଳରେ ଭଲ ଭାବେ ଶୁଖିଲା ଗୋବର ସାର ବ୍ୟବହାର କରନ୍ତୁ।
ଏହା ମାଟିକୁ ପ୍ରାକୃତିକ ପୋଷକ ତତ୍ତ୍ୱ ଯୋଗାଇଥାଏ।l ପନିପରିବା ଚୋପା, ଶୁଖିଲା ପତ୍ର ଏବଂ ବଳକା ଖାଦ୍ୟକୁ ଏକ ଗାତରେ ପଚାଇ ସାର ତିଆରି କରନ୍ତୁ।
ଏହାଦ୍ୱାରା ଉତ୍କୃଷ୍ଟ ଜୈବିକ ସାର ମିଳିଥାଏ।l ଗଛ ମୂଳରେ ଜିଆ ସାର ବା ଭର୍ମି କମ୍ପୋଷ୍ଟ ବ୍ୟବହାର କରନ୍ତୁ।
ଏହି ସାରରେ ଅଧିକ ମାତ୍ରାରେ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପୋଟାସିୟମ୍ ଥାଏ।l ଜମିରେ ମୁଗ, ବିରି, ବୁଟ ବା ମଟର ଭଳି ଶିମ୍ବ ଜାତୀୟ ଫସଲ ଚାଷ କରନ୍ତୁ।
ଏହି ଗଛଗୁଡ଼ିକର ଚେର ବାୟୁମଣ୍ଡଳରୁ ନାଇଟ୍ରୋଜେନ୍ ସଂଗ୍ରହ କରି ମାଟିକୁ ପ୍ରାକୃତିକ ଭାବେ ଉର୍ବର କରନ୍ତି। l ପ୍ରତିବର୍ଷ ଜମିରେ ଏକା ପ୍ରକାର ଫସଲ ନକରି ପରିବର୍ତ୍ତନ କରନ୍ତୁ।
ଏହାଦ୍ୱାରା ମାଟିରୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପୋଷକତତ୍ତ୍ୱ ଶେଷ ହୁଏନାହିଁ।l ମୁଖ୍ୟ ଫସଲ ପୂର୍ବରୁ ଜମିରେ ଧନିଚା ଭଳି ଗଛ ବୁଣି, ସେଗୁଡ଼ିକ ବଡ଼ ହେବା ପରେ ଜମିରେ ହଳ କରି ମାଟିରେ ମିଶାଇ ଦିଅନ୍ତୁ।
ଏହା ମାଟିରେ ଜୈବିକ ଅଂଶ ବହୁ ପରିମାଣରେ ବୃଦ୍ଧି କରିଥାଏ।l ପୋକ ସଂକ୍ରମଣ ରୋକିବା ପାଇଁ ନିମପତ୍ର ରସ, ଗୋମୂତ୍ର ଓ ହଳଦୀ ଗୁଣ୍ଡର ମିଶ୍ରଣ ବ୍ୟବହାର କରନ୍ତୁ।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ l ବଜାରରେ ମିଳୁଥିବା ପ୍ରାକୃତିକ ଜୀବାଣୁଯୁକ୍ତ ସାର ବ୍ୟବହାର କରନ୍ତୁ।
ଏହି ଉପକାରୀ ଜୀବାଣୁ ମାଟିରେ ଥିବା ପୋଷକ ତତ୍ତ୍ୱକୁ ଗଛ ଗ୍ରହଣ କରିବା ଉପଯୋଗୀ କରିଥାନ୍ତି।l ସାର ପ୍ରୟୋଗ କରିବା ପୂର୍ବରୁ ସରକାରୀ କୃଷି କେନ୍ଦ୍ରରେ ମାଟି ପରୀକ୍ଷା କରାଇ ନିଅନ୍ତୁ।
ଏହାଦ୍ୱାରା ଅନାବଶ୍ୟକ ସାର ପ୍ରୟୋଗରୁ ରକ୍ଷା ମିଳିବ।l ଗଛ ମୂଳରେ ଶୁଖିଲା ନଡ଼ା, ଗଛର ପତ୍ର ବା କୁଣ୍ଡା ବିଛାଇ ଦିଅନ୍ତୁ।
ଏହା ମାଟିକୁ ଓଦା ରଖେ ଏବଂ ଧୀରେ ଧୀରେ ପଚିଯାଇ ମାଟିକୁ ସାର ଯୋଗାଇଥାଏ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।