Organ Donation: ମୃତ୍ୟୁ ପରେ ବି ଅମର ୨୫ ବର୍ଷୀୟ ଗୌରବ

Jul 28, 2026 - 10:11
Organ Donation: ମୃତ୍ୟୁ ପରେ ବି  ଅମର ୨୫ ବର୍ଷୀୟ ଗୌରବ

"ଇନ୍ଦୋର: ମୃତ୍ୟୁ ପରେ ବି ଚାରି ଜଣ ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଇ ଅମର ହୋଇଯାଇଛନ୍ତି ଇନ୍ଦୋରର ୨୫ ବର୍ଷୀୟ ଯୁବ କାଷ୍ଟିଂ କୋଅର୍ଡିନେଟର ଗୌରବ ଦାବେ।

ଗୌରବଙ୍କ ବ୍ରେନ୍ ଡେଡ୍ ପରେ, ତାଙ୍କ ପରିବାର ଲୋକଙ୍କ ମହାନତା ଯୋଗୁଁ ତାଙ୍କର ଯକୃତ୍, ହୃତପିଣ୍ଡ ଓ ଦୁଇଟି ଯାକ କିଡନୀ ଦାନ କରାଯାଇ ଚାରି ଜଣ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିଛି।Advertisment ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ ସୂଚନା ଅନୁଯାୟୀ, ଗୌରବ ପିଲାଦିନରୁ ''ମୋୟାମୋୟା'' ନାମକ ଏକ ବିରଳ ମସ୍ତିଷ୍କ ରୋଗରେ ପୀଡ଼ିତ ଥିଲେ।

ଗତ ଜୁଲାଇ ୧୩ ତାରିଖରେ ମସ୍ତିଷ୍କଘାତ (ବ୍ରେନ୍ ହାମରେଜ୍) ହେବା ପରେ ତାଙ୍କୁ ଇନ୍ଦୋରର ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଅପରେସନ୍ ପରେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ଆସିନଥିଲା ଏବଂ ଜୁଲାଇ ୨୬ ରାତିରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।

ପୁଅକୁ ହରାଇବାର ଅସହ୍ୟ ଦୁଃଖ ସତ୍ତ୍ୱେ, ଗୌରବଙ୍କ ବାପା ସତୀଶ ଦାବେ ଓ ପରିବାରବର୍ଗ ଅଙ୍ଗଦାନ ଭଳି ମହତ୍ ନିଷ୍ପତ୍ତି ନେଇଥିଲେ।

ଗୌରବଙ୍କ ଯକୃତ୍ ଇନ୍ଦୋରର ଜଣେ ୪୨ ବର୍ଷୀୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିବା ବେଳେ, ଦୁଇଟି ବୃକକ ଇନ୍ଦୋରର ଅନ୍ୟ ଏକ ହସପିଟାଲରେ ୨୨ ଓ ୫୫ ବର୍ଷୀୟା ଦୁଇ ଜଣ ମହିଳାଙ୍କୁ ନୂଆ ଜୀବନ ଦେଇଛି।

Knife Attack: ପ୍ୟାରିସରେ "ଆଲ୍ଲାଙ୍କ ଆଦେଶ" କହି ୩ ମହିଳାଙ୍କୁ ଆକ୍ରମଣ କଲା ଯୁବକ ସେହିପରି ଗ୍ରୀନ୍ କରିଡର ମାଧ୍ୟମରେ ତାଙ୍କ ହୃତପିଣ୍ଡକୁ ବିମାନ ଯୋଗେ ଗୁଜରାଟର ଅହମ୍ମଦାବାଦ ପଠାଯାଇ ଜଣେ ୨୮ ବର୍ଷୀୟ ହୃଦରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି।

ଏହାବାଦ୍ ତାଙ୍କ ଚକ୍ଷୁକୁ ଇନ୍ଦୋରର ଶଙ୍କର ଆଖି ହସପିଟାଲରେ ଗଚ୍ଛିତ ରଖାଯାଇଛି।

ଏହି ମହାନ କାର୍ଯ୍ୟ ପାଇଁ ଇନ୍ଦୋର ପୁଲିସ ପକ୍ଷରୁ ଗୌରବଙ୍କୁ ଗାର୍ଡ ଅଫ୍ ଅନର (ସମ୍ମାନଜନକ ବିଦାୟ) ପ୍ରଦାନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।