Ordinary talk: ସାମାନ୍ୟ କଥନ: ସେଇ ନିଆରା ଝିଅର କଥା

Aug 26, 2026 - 04:16
Ordinary talk: ସାମାନ୍ୟ କଥନ: ସେଇ ନିଆରା ଝିଅର କଥା

"ପ୍ରୀତୀଶ ଆଚାର୍ଯ୍ୟ କିଛି ବର୍ଷ ତଳର କଥା।

ଏମିତିରେ ବିଜ୍ଞାନ ମୋର ବିଷୟ ନୁହେଁ, ହେଲେ ଅନୁଷ୍ଠାନରେ ଅଧ୍ୟାପନା କରୁଥିବାରୁ ମୁଁ ଝିଅଟିର ଶିକ୍ଷକ ଥିଲି, ତା" ସହିତ ଏକରକମର "ସ୍ଥାନୀୟ ଅଭିଭାବକ" ମଧ୍ୟ। "ଏଡମିସନ" ବେଳେ ତା" ବାପା ମୋ ସହିତ ଚିହ୍ନା ହେଲେ ଏବଂ ଝିଅଟିକୁ ଟିକିଏ ନଜରରେ ରଖିବା ଲାଗି କହି ଯାଇଥିଲେ।

ଅବଶ୍ୟ ଏସବୁ ହେଲା ଔପଚାରିକତା, ଯାହା ଅଭିଭାବକଙ୍କୁ ଏକ ରକମର ଆଶ୍ୱାସନା ଦିଏ; ପରିଜନ ଆଶ୍ୱସ୍ତ ହୁଅନ୍ତି ଯେ କିଛି ଦରକାର ପଡ଼ିଲେ, ଦୂର ସହରରେ ଝିଅଟିକୁ ଜାଣିଥିବା କେହି ଅଛନ୍ତି।

ଚାରି ବର୍ଷ ବିଏସସି ପଢ଼ିବା ମଧ୍ୟରେ ତା" ଯୋଗୁଁ ମୋର କୌଣସି ସମସ୍ୟା ଉପୁଜି ନାହିଁ।

ବରଂ ସେ ଏକ ଭଲ ପାଠୁଆ ଛାତ୍ରୀ ହେବା ସହିତ ନାଚ-ଗୀତ ଓ ଖେଳକୁଦରେ ମଧ୍ୟ ଭଲ- ଏ କଥା ମଞ୍ଚ ଓ ପଡ଼ିଆରେ ଦେଖିଛି।

ସୁନାମ ଶୁଣି ଖୁସି ହୋଇଛି।

ତା" ବାପା ବର୍ଷକୁ ଥରେଅଧେ ପାଟନାରୁ ଝିଅକୁ ଛାଡ଼ିବାକୁ କିମ୍ବା ନେବାକୁ ଆସି ମୋତେ ଭେଟନ୍ତି; ଝିଅଟି ଭଲ ପଢୁଛି ଶୁଣି ଖୁସି ହୁଅନ୍ତି। "ସ୍ଥାନୀୟ ଅଭିଭାବକ" ଭାବରେ ମୋତେ ଏଥିରୁ ଅଧିକ କିଛି ଦାୟିତ୍ୱ କେବେ ନେବାକୁ ପଡ଼ିନି।

Advertisment Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଫାଇନାଲ ପରୀକ୍ଷା ଶେଷ ହେବାକୁ ଅଳ୍ପ ଦିନ ବାକି, ଝିଅଟି ଆସି ଦିନେ କହିଲା, ମୋ ଠାରୁ ତାକୁ କିଛି ସହଯୋଗ ଦରକାର; ନୋହିଲେ ସେ ଅସୁବିଧାରେ ପଡ଼ିଯିବ।

ସେ ମୋତେ କ୍ୱଚିତ୍‌ ଭେଟେ।

ତେଣୁ, ତା" କଥାକୁ ଯଥୋଚିତ ମହତ୍ତ୍ବ ଦେଇ ପଚାରିଲି, ""କଥା କ"ଣ?"" ଆଦୌ ବିଚଳିତ ନ ହୋଇ ସେ ଯାହା କହିଲା, ତା"ର ସାର ହେଲା, ବିଏସସି ଉତ୍ତାରୁ ସେ ଆଗକୁ ପଢ଼ିବାକୁ ଚାହେଁ, ହେଲେ ବାପାଙ୍କ ନିଷ୍ପତ୍ତି, ଯେତେ ଶୀଘ୍ର ସମ୍ଭବ ତା"ର ବାହାଘର କରିଦେବେ।

ପ୍ରତିରୋଧ କରିବାରୁ ସେ କଥାଟିକୁ ଗୁରୁଜନଙ୍କ ଅବଜ୍ଞା ଓ ନିଜର ଆତ୍ମ-ସମ୍ମାନର ପ୍ରଶ୍ନ ବୋଲି ଭାବି ଦେଲେଣି।

କହିଛନ୍ତି, କୌଣସି ପରିସ୍ଥିତିରେ ତାକୁ ଆଗକୁ ପଢ଼ିବାକୁ ଦେବେନି; ବାହାଘର ପାଇଁ ପାତ୍ର ବି ଠିକଣା କଲେଣି।

କୁଆଡ଼େ ତାଙ୍କ ପରିଚିତଙ୍କ ମଧ୍ୟରେ ତା" ବୟସର କୌଣସି ଝିଅ ଆଉ ଅଭିଆଡ଼ୀ ନାହାନ୍ତି।

ଏଣେ, ଝିଅର ପଣ ଯେ ପରିବାରର ବିନା ଆର୍ଥିକ ସାହାଯ୍ୟରେ ଆଗକୁ ପଢ଼ିବ।

ଏଥିପାଇଁ ବିଏସସି ପରେ ସେ ତାମିଳନାଡୁର ଏକ ଘରୋଇ ସ୍କୁଲରେ ଶିକ୍ଷକ ଚାକିରିଟିଏ ଯୋଗାଡ଼ କରିଛି।

ବର୍ଷଟିଏ ଶିକ୍ଷକତା କରି ଟଙ୍କାପଇସା ଜମେଇ ଭୁବନେଶ୍ୱରରେ ଦୁଇ ବର୍ଷ ଏମଏସସି କରିବ।

ପରୀକ୍ଷା ଶେଷ ଦିନ ସେ ସିଧା ତାମିଳନାଡୁ ଯାଇ ସ୍କୁଲରେ ଯୋଗ ଦେବା ଲାଗି ଟ୍ରେନ ଟିକଟ ମଧ୍ୟ "ବୁକ୍" କରିସାରିଛି।

ଏପଟେ, ବାପା ତାକୁ ଭୁବନେଶ୍ୱରରୁ ସିଧା ପାଟନା ଫେରିବା ଲାଗି ଆଗତୁରା ଟିକଟ କରି ପଠାଇ ସାରିଛନ୍ତି।

ଝିଅର ବିଶ୍ୱାସ ଯେ ନିର୍ଦ୍ଦିଷ୍ଟ ଦିନ ଝିଅର ଷ୍ଟେସନ ଯିବା କଥା ନିଶ୍ଚିତ କରିବାକୁ ତା" ବାପା ମୋତେ ଅନୁରୋଧ କରିବେ।

ତେଣୁ ସେ ଚାହେଁ ଯେ ମୁଁ ତା" ବାପାଙ୍କୁ କହେ, ""ହଁ, ସେ ଜିନିଷପତ୍ର ଧରି ଷ୍ଟେସନ ଗଲାଣି।"" ଏତିକି ସହଯୋଗ ତା"ର ଲୋଡ଼ା!"ଜେନ-ଜି"ର ନାଁ ସେତେବେଳେ ଶୁଣା ନ ଥିଲା, ହେଲେ ଝିଅଟିର ସୁଚିନ୍ତିତ ଯୋଜନା ଶୁଣି ଲାଗିଲା, କେତେ ପରିପକ୍ୱ ସେ; ତା" ଯୋଜନା ପଛରେ ତା" ସାଙ୍ଗମାନେ ବି ଥିବେ ନିଶ୍ଚୟ।

ଏଭଳି ସ୍ଥଳେ ତାକୁ ଆଗକୁ ପଢ଼ିବାକୁ ନ ଦେବା ଏବଂ ତା"ର ପ୍ରତିରୋଧକୁ ଗୁରୁଜନଙ୍କ "ଅବଜ୍ଞା" ବୋଲି ମନେ କରିବା କ"ଣ ଯଥାର୍ଥ?

ଅବଶ୍ୟ, ସମସ୍ୟାରୁ ବାହାରିବାକୁ ସେ ବାଟ ଖୋଜି ରଖିଛି।

ଏହି ବେଳାରେ ତାକୁ ଏତିକି ଟିକିଏ ସହଯୋଗ ଲୋଡ଼ା; ମନା କରିବା କ"ଣ ମୋ ଶିକ୍ଷକତାର ଧର୍ମ ହେବ?

ମୁଁ ସହଯୋଗ କରିବାକୁ ଆଶ୍ୱାସନା ଦେଲି।ସତକୁ ସତ ତାହା ହିଁ ହେଲା।

ସେ ଦିନ ତା" ବାପାଙ୍କ "ଫୋନ"ର ଉତ୍ତରରେ କହିଲି, ""ମୋ ଆଗରେ ଝିଅ ଅଟୋରେ ଷ୍ଟେସନ ଗଲାଣି।"" ଏହା ଥିଲା ନା ନିହାତି ମିଛ, ନା ସମ୍ପୂର୍ଣ୍ଣ ସତ!

କାରଣ ମୋ ଆଗରେ ସେ ଷ୍ଟେସନ ଯାଇଥିଲା, ତେଣିକି ସେଠୁ ସେ ପାଟନା ନ ଯାଇ ତାମିଳନାଡୁ ଗଲା।

ଘଟଣାଟିର ପର୍ଦ୍ଦାଫାଶ ହେଲା ପରେ ସମସ୍ୟାଟି ପାଇଁ ତା" "ବାପା" ଅବଶ୍ୟ ମୋତେ ଦାୟୀ କରିଥିବେ, କିନ୍ତୁ ନିତାନ୍ତ ଦୋଷୀ ବୋଲି କହି ପାରି ନ ଥିବେ।

ଝିଅର ସୁନିୟୋଜିତ ଯୋଜନାରେ ଅବଶ୍ୟ ସେଥି ପାଇଁ ଅବକାଶ ନ ଥିଲା।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି ଏପଟେ ଝିଅଟି ସୁଦୂର ତାମିଳନାଡୁ ଯାଇ ଶିକ୍ଷକତା କଲା; ସେଠାରୁ ବର୍ଷେ ପରେ ଭୁବନେଶ୍ୱର ଫେରିଆସି ଏମଏସସି କଲା।

ଘରୋଇ ଟ୍ୟୁସନ ପାଇଁ ସୁବିଧା ହେବ ବୋଲି ହୋଷ୍ଟେଲ ବଦଳରେ ଭଡ଼ାଘରେ ରହିଲା।

ଯାହାହେଉ, ପରେ ଝିଅଟିର ସକଳ ଉଦ୍ୟମକୁ ପରିବାର ସ୍ୱୀକାର କରିବାକୁ ବାଧ୍ୟ ହେଲା।

ସୁତରାଂ, ଘଟଣାର ଏକ ସୁଖାନ୍ତକ ଉପସଂହାର ହେଲା।

ମୋର ସେହି "ସହଯୋଗ" ଲାଗି ଅକୁଣ୍ଠ କୃତଜ୍ଞତା ଦେବାରେ ଝିଅଟି କେବେ କାର୍ପଣ୍ୟ କରେନାହିଁ।

ତା" ଯୋଜନାର ପରିପକ୍ୱତା, ସାହସ ଓ ଆତ୍ମବିଶ୍ୱାସ ମଧ୍ୟ ମୋତେ ଅଭିଭୂତ କରିଛି।

ଝିଅଟି ଜାଣିଥିଲା, "ସାର୍"ଙ୍କୁ ଯଦି କାଠଗଡ଼ାରେ ଛିଡ଼ା ହେବାକୁ ପଡ଼େ, ତେବେ, ଭବିଷ୍ୟତରେ ସେ ଆଉ କାହାକୁ ସହଯୋଗ କରିବାକୁ ଚାହିଁବେ ନାହିଁ।

ଏଥିପାଇଁ ତା"ର ଯୋଜନା ଥିଲା ଛିଦ୍ରହୀନ।

ତାମିଳନାଡୁରେ ଚାକିରି, ଏମଏସସିରେ ଏଡମିସନ, ଭଡ଼ା ଘର, ଘରୋଇ ଟ୍ୟୁସନର ଯୋଗାଡ଼, ଆଦି ସବୁ ତା"ର ନିଜ ପ୍ରଚେଷ୍ଟାରେ; କୌଣସିଥିରେ ମୋର ସାହାଯ୍ୟ ଲୋଡ଼ିନି।

ଏଭଳି ଏକ ପିଢ଼ିର ମଣିଷଙ୍କୁ ଆମେ "ସାନପିଲା", "ଅବୋଧ", "ଅଜ୍ଞାନ" କହି କ"ଣ ଅଣଦେଖା କରିପାରିବା?

ବା ନିଜକୁ "ସବ୍‌ଜାନତା", "ଗୁରୁଜନ", "ଆମ ନିଷ୍ପତ୍ତି ସର୍ବଦା ତ୍ରୁଟିଶୂନ୍ୟ" ବୋଲି ଦାବି କରିପାରିବା?

ତା"ଠାରୁ କ"ଣ ଭଲ ହେବ ନାହିଁ ଧୈର୍ଯ୍ୟର ସହିତ ସେମାନଙ୍କୁ ଶୁଣିବା, ସେମାନଙ୍କ ବିଚାରକୁ ମହତ୍ତ୍ବ ଦେବା, ଅସମ୍ମାନ ନ କରିବା?

ଅତୀତରେ ଯୁଗଯୁଗ ଧରି ଆମେ ନୂଆ ପିଢ଼ିକୁ, ବିଶେଷ କରି ଝିଅମାନଙ୍କୁ ବାଧ୍ୟବାଧକତା ମଧ୍ୟରେ ବନ୍ଦୀ କରି ରଖି କ"ଣ ଭୁଲ୍ କରିନାହାନ୍ତି?

ସେମାନଙ୍କ ଠାରୁ ଶୁଦ୍ଧ ଆଜ୍ଞାଧୀନତା ଦାବି କରି ଚାଲିଥିବା ଆମ ସମାଜ କେଉଁ ମହାନ ହୋଇଯାଇଛି କି?

ଦୂର ଓ ନିକଟ ଅତୀତରେ ଏମିତି ଅସଂଖ୍ୟ ଝିଅଙ୍କର ଅନ୍ତର-ସାମର୍ଥ୍ୟ କ"ଣ ଉପରୋକ୍ତ ଝିଅ ତୁଳନାରେ କମ୍ ହୋଇଥିବ?

ସେମାନଙ୍କୁ କେବଳ ସାମାନ୍ୟ ସହଯୋଗ ଲୋଡ଼ା।

ସହଯୋଗକାରୀ ତେଣିକି, ଶିକ୍ଷକ ହୁଅନ୍ତୁ, କି ଅଭିଭାବକ, ଅଥବା ସାଙ୍ଗ, କି ପଡ଼ୋଶୀ!

ଆଜିର "ଜେନ-ଜି"ର ସ୍ବରୂପ ଆମେ ସେହି ଝିଅ ଠାରେ ଦେଖନ୍ତି ନାହିଁ କି? (ମତାମତ ଲେଖକଙ୍କ ନିଜସ୍ୱ)pritishacharya63@gmail.com"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)