OPSC Prelim result ଓପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଫଳ ପ୍ରକାଶିତ

Jul 10, 2026 - 20:43
OPSC Prelim result ଓପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ଫଳ ପ୍ରକାଶିତ

"ଭୁବନେଶ୍ବର: ଓଡ଼ିଶା ଜନସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଅନୁଷ୍ଠିତ ଓସିଏସ୍‌ (ଓଡ଼ିଶା ସିଭିଲ୍‌ ସର୍ଭିସ୍‌)ର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା (ପ୍ରିଲିମିନାରି)ର ଫଳ ପ୍ରକାଶିତ ହୋଇଛି।

Advertisment ଆଜି (ଶୁକ୍ରବାର) ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍‌ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା।

୧୯୦୫ ଜଣ ମହିଳାଙ୍କ ସମେତ ୫୬୯୦ ଜଣ ଏହି ପ୍ରାଥମିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଏହାର ଲିଖିତ ପରୀକ୍ଷା ଚଳିତ ବର୍ଷ ଅକ୍ଟୋବରରେ କରାଯିବାକୁ ଓପିଏସ୍‌ଏସି ଯୋଜନା ରଖିଛି।

ଏନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରାଥମିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୬୯୦ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟରୁ ପ୍ରଥମ ଦୁଇ ପୃଷ୍ଠା ଏଠାରେ ପ୍ରତୀକାତ୍ମକ ଭାବେ ପ୍ରକାଶ କରାଯାଇଛି।

ବଳକା ତାଲିକା ଓପିଏସ୍‌ସି ଡଟ୍‌ ଗଭ୍‌ ଡଟ୍‌ ଇନ୍‌ (http://opsc.gov.in) ରେ ଦେଖିପାରିବେ।

୧ ୨ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।