OPSC Aspirant Arrested Over Alleged Use of Mobile Phone: ଓପିଏସ୍ ସି ପରୀକ୍ଷାର୍ଥୀ ଗିରଫ, ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ନେଇ ଲେଖୁଥିଲେ ଉତ୍ତର
ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲରେ କପି। କପି କରୁଥିବା ପରୀକ୍ଷାର୍ଥୀ ଙ୍କୁ ସ୍କ୍ୱାଡ ଟିମ ଧରିଥିବା ବେଳେ ଗିରଫ କରିଛି କଟକ ମର୍କତନଗର ଥାନା ପୋଲିସ। ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ପୋଲିସ୍ । ମୁନା ଭାଇ ଏମବିଏସ ଫିଲ୍ମ ରେ ମୁନ୍ନା ଭାଇ ହୋଇଥିବା ସଞ୍ଜୟ ଦତ୍ତ ଯେଉଁଭଳି ପରୀକ୍ଷା ହଲରେ କପି କରୁଥିଲେ, ଠିକ ସେହିଭଳି କପି କରୁଥିବା ବେଳେ ଧରାପଡ଼ିଛନ୍ତି ପରୀକ୍ଷାର୍ଥୀ ଜଣକ।
ଗତକାଲି ସିଡିଏର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଓପିଏସସିର ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ଜଣକ କୌଶଳ କ୍ରମେ ମୋବାଇଲ ଫୋନ୍ ଟିକୁ ହଲ ଭିତରକୁ ନେଇ ଆସିଥିଲେ। ଏହାପରେ କାନରେ ଇୟର ଫୋନ ଲଗେଇ ପ୍ରଶ୍ନ ଗୁଡ଼ିକୁ ଆଉ ଜଣଙ୍କୁ ଡାକୁଥିଲେ। ସେ ପ୍ରଶ୍ନ ଶୁଣି ଗୁଗଲ ସର୍ଚ୍ଚ କରି ଉତ୍ତର ଡାକୁଥିଲେ। ପରୀକ୍ଷାର୍ଥୀ ଜଣକ ଉତ୍ତର ଶୁଣି ଲେଖୁଥିଲେ ତେବେ ସ୍କ୍ୱାଡ ଟିମ ଚେକିଂ ସମୟରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ କରିଥିଲେ।
ଏହାପରେ ତାଙ୍କୁ ଚେକିଂ କରିବା ସମୟରେ ତାଙ୍କ ନିକଟରୁ ଫୋନ ଓ ଇୟରଫୋନ ଜବତ କରିଥିଲେ। ପୋଲିସ୍ ପରୀକ୍ଷାର୍ଥୀଙ୍କ ସହ ଫୋନରେ ଉତ୍ତର ଡାକୁଥିବା ଯୁବକ ଏବଂ ଏଥିରେ ସହଯୋଗ କରୁଥିବା ଆଉ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି) ପରୀକ୍ଷାର୍ଥୀ ଗିରଫ
ପରୀକ୍ଷାରେ କପି ଅଭିଯୋଗରେ ଗିରଫ କଲା ମର୍କତ ନଗର ପୋଲିସ୍
ପରୀକ୍ଷା ହଲ୍ ଭିତରକୁ ମୋବାଇଲ୍ ନେଇ ପ୍ରଶ୍ନ ଡାକୁଥିଲେ ପରୀକ୍ଷାର୍ଥୀ
ଅପର ପଟୁ ମୋବାଇଲ୍ ରେ ଉତ୍ତର ଡାକିବାରୁ ଖାତାରେ ଲେଖୁଥିଲେ ପରୀକ୍ଷାର୍ଥୀ
ପରୀକ୍ଷାର୍ଥୀଙ୍କ କାନରେ ଇୟରଫୋନ୍ ଦେଖି ପୋଲିସ୍ କୁ ଜଣାଇଥିଲେ ସ୍କ୍ୱାଡ୍ ଟିମ୍
ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ମର୍କତ ନଗର ଥାନା ପୋଲିସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।