Opposition Creates Ruckus in House: ଗୃହର ମଧ୍ୟରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି, ମୁଲତବୀ ଘୋଷଣା କଲେ ବାଚସ୍ପତି

Jul 21, 2026 - 14:00
Opposition Creates Ruckus in House: ଗୃହର ମଧ୍ୟରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି, ମୁଲତବୀ ଘୋଷଣା କଲେ ବାଚସ୍ପତି

ସଂସଦର ମୌସୁମୀ ଅଧିବେଶନରେ ଆଜି ଦ୍ବିତୀୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ମୁଲତବୀ ହେଉଛି ଗୃହ। ପ୍ରଥମେ ୧୨ ଟା ପରେ ୨ ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି। ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ଦଳ ପେପର ଲିକ୍ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ।

ବିରୋଧୀ ସଦସ୍ୟମାନେ NEET ପେପର ଲିକ୍ ଉପରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇ ଗୃହର ମଧ୍ୟ ଭାଗକୁ ପଶି ଆସିଥିଲେ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥର ଆତ୍ମସାତ୍ ଅଭିଯୋଗ ଉପରେ ଚର୍ଚ୍ଚା ଦାବି କରିଥିଲେ।

ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଥମେ ଗୃହ ଦିନ ୧୨ଟା ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି। ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ଦଳ ପେପର ଲିକ୍ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ଗୃହକାର୍ଯ୍ୟ କରାଇ ଦେଇନଥିଲେ ।  ଫଲରେ ବାଚସ୍ପତି ବାଧ୍ୟ ହୋଇ ଗୃହକାର୍ଯ୍ୟ ମୁକତବୀ କରିଥିଲେ ।

୨ଟା ଯାଏଁ ଲୋକସଭା ମୁଲତବି
ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ଲୋକସଭା ପ୍ରଶ୍ନକାଳ
ଗୃହ ମଧ୍ୟରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି
ଦିନ ୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି
ନିଟ୍ ପେପର ଲିକ୍, ରାମ ମନ୍ଦିର ଦାନ ଅର୍ଥ ଚୋରି ପ୍ରସଙ୍ଗରେ ଆଲୋଚନା ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।