One Elephant, One Family, Four Tragic Deaths: ୧୪ ବର୍ଷ ପରେ ଫେରିଲା 'ଧ୍ରୁବେ', ସମାନ ପରିବାରର ଆଉ ୨ ଜଣଙ୍କୁ ହତ୍ୟା କଲା

Jul 14, 2026 - 16:01
One Elephant, One Family, Four Tragic Deaths: ୧୪ ବର୍ଷ ପରେ ଫେରିଲା 'ଧ୍ରୁବେ', ସମାନ ପରିବାରର ଆଉ ୨ ଜଣଙ୍କୁ ହତ୍ୟା କଲା

ନେପାଳରେ ଏକ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 'ଧ୍ରୁବେ' ନାମକ ଏକ ଦୁର୍ଦାନ୍ତ ବନ୍ୟ ହାତୀ ଗୋଟିଏ ପରିବାର ପଛରେ ପଡ଼ିଛି। ପ୍ରାୟ ୧୪ ବର୍ଷ ମଧ୍ୟରେ ଏହି ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ ନେଇସାରିଲାଣି। ହାତୀ ଭୟରେ ଗାଁ ଛାଡ଼ି ପଳାଇଥିବା ପରିବାରକୁ ଗୋଡ଼େଇ ଗୋଡ଼େଇ ସେ ହତ୍ୟା କରିଛି।

ନେପାଳର ଚିତୱାନ ଜାତୀୟ ଉଦ୍ୟାନ ନିକଟସ୍ଥ ମାଡି ସହରରେ ଶନିଚର ବୋଟେ ନାମକ ବ୍ୟକ୍ତିଙ୍କ ପରିବାର ରହୁଥିଲେ। ୨୦୧୨ ଡିସେମ୍ବର ମାସରେ 'ଧ୍ରୁବେ' ହାତୀ ଶନିଚରଙ୍କ ବାପା-ମା'ଙ୍କୁ ଦଳି ମାରିଦେଇଥିଲା। ଏହି ଦୁଃଖ ଓ ଭୟରେ ଶନିଚର ନିଜ ପରିବାର ସହ ସେଠାରୁ ୯ ମାଇଲ୍ ଦୂର ଜଗତପୁର ଗାଁକୁ ପଳାଇଥିଲେ। ସେମାନେ ଭାବିଥିଲେ ନଦୀ ପାର ହୋଇ ଆସିଥିବାରୁ ଏବେ ସୁରକ୍ଷିତ ଅଛନ୍ତି।

ଚଳିତ ମାସରେ ହାତୀଟି ପୁଣି ଶନିଚରଙ୍କ ଜଗତପୁର ଘରେ ପଶିଥିଲା। ସେ ଶନିଚରଙ୍କ ୨୫ ବର୍ଷର ବୋହୂ ଆଶିକା ଏବଂ ୪ ବର୍ଷର ନାତି ଭରତଙ୍କୁ କ୍ରୋଧରେ ମାରିଦେଇଛି। ଏହି ଘଟଣା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ହାତୀ କବଳରୁ ବଞ୍ଚିବା ପାଇଁ ଆଉ କେଉଁଠି ଜାଗା ନାହିଁ ବୋଲି ଶନିଚର କହିଛନ୍ତି।

'ଧ୍ରୁବେ' ହାତୀ ଏତେ ଭୟଙ୍କର ଯେ ତା’ ନାଁରେ ଏକ ସ୍ୱତନ୍ତ୍ର ଉଇକିପିଡିଆ (Wikipedia) ପେଜ୍ ମଧ୍ୟ ରହିଛି। ସରକାରୀ ଆକଳନ ଅନୁସାରେ, ୨୦୧୦ ମସିହା ପରଠାରୁ ଏହି ଗୋଟିଏ ହାତୀ ୨୫ ଜଣ ମଣିଷଙ୍କ ଜୀବନ ନେଲାଣି। ଏହି ଶେଷ ଦୁଇଟି ଶିକାର ପୂର୍ବରୁ ସେ ୨୩ ଜଣଙ୍କୁ ମାରିଥିଲା। ବନ୍ୟଜନ୍ତୁ ଅଧିକାରୀମାନେ ତା’ର ଗତିବିଧି ଉପରେ ନଜର ରଖିବା ପାଇଁ ୨୦୧୬, ୨୦୨୦ ଏବଂ ୨୦୨୩ରେ ତା’ ବେକରେ ଟ୍ରାକିଂ କଲାର୍ ଲଗାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।