Gajapati Reveals Major Reforms: 'ଜଗନ୍ନାଥ ସଂସ୍କୃତିର ପ୍ରଚାର ନାଁରେ ଚଳିବନି ଅପପ୍ରଚାର', ସଂଶୋଧନ ଆଇନ
ସୋସିଆଲ ମିଡିଆ ହେଉ କି ପ୍ରବଚକ । ଜଗନ୍ନାଥ ସଂସ୍କୃତିର ପ୍ରଚାର ନାଁରେ ଆଉ ଚଳିବନି ଅପପ୍ରଚାର । ଏନେଇ ଶ୍ରୀମନ୍ଦିର ଆଇନରେ ଅଣାଯିବ ସଂଶୋଧନ । ଓଟିଭିକୁ ସାକ୍ଷାତକାର ଦେଇ ଏଭଳି ଏକ୍ସକ୍ଲୁସିଭ ତଥ୍ୟ ଦେଇଛନ୍ତି ଗଜପତି ମହାରାଜା । କହିଛନ୍ତି ପୂର୍ବରୁ ଶ୍ରୀମନ୍ଦିର ଆଇନରେ ଅର୍ଥ କି ଜେଲଦଣ୍ଡର ବ୍ୟବସ୍ଥା ନଥିଲା । ସଂଶୋଧିତ ଆଇନରେ ଏହି ବ୍ୟବସ୍ଥା ରହିବ । ସେହିଭଳି ରତ୍ନଭଣ୍ଡାର ଗଣତି ମଣତି ନେଇ ବର୍ତ୍ତମାନ ଯାଏ ସେ ସନ୍ତୁଷ୍ଟ ଥିବା କହିବା ସହିତ ସୁନାବେଶ ପାଇଁ ଆଉ ଏକ ସମ୍ପୂର୍ଣ୍ଣ ନୂଆ ସେଟ୍ ଅଳଙ୍କାର ତିଆରି କରାଯିବ ବୋଲି କହିଛନ୍ତି ।
ଅନ୍ୟପଟେ ଦିନକୁ ଦିନ ଶ୍ରୀକ୍ଷେତ୍ରରେ ବଢୁଥିବା ଭକ୍ତଙ୍କ ଭିଡ଼କୁ ଦେଖି ବହୁ ପ୍ରତୀକ୍ଷିତ ଧାଡ଼ି ଦର୍ଶନ ବ୍ୟବସ୍ଥା ରଥଯାତ୍ରା ପରେ ଆରମ୍ଭ କରାଯିବ । ପ୍ରଥମେ ନାଟମଣ୍ଡପରେ ଏସି ଲଗାଯିବା ପରେ ରାମ୍ପ ଲଗାଇ ଧାଡ଼ିଦର୍ଶନ ଆରମ୍ଭ କରାଯିବ ବୋଲି ଗଜପତି କହିଛନ୍ତି । ସେହିଭଳି ଗତବର୍ଷର ରଥଟଣାରେ ବିଳମ୍ବ ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।