OFTDA: ଓଏଫ୍ଟିଡିଏ ପକ୍ଷରୁ ରଥଯାତ୍ରାରେ ବିବିଧ ସେବା ପ୍ରଦାନ, ବହୁ ସିନେ ନିର୍ଦ୍ଦେଶକ ସାମିଲ
"ପୁରୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ(OFTDA) ତରଫରୁ ନିଃଶୁଳ୍କ ଜଳ, ଘୋଳଦହି, ଛତା, ଟି ସାର୍ଟ ବଣ୍ଟନ କରାଯାଉଛି।
ପୁରୀର ଭକ୍ତ ସାଲବେଗ ମନ୍ଦିର ନିକଟରେ ଏହା ଜାରି ରହିଛି।
ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ବଡ଼ଡାଣ୍ଡରେ ଏ ସେବା ପ୍ରଦାନ କରାଯାଉଛି।Advertisment ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି ଏ ବର୍ଷ ଏହି ସେବା ପ୍ରଦାନ ଅବସରରେ ଅନୁଷ୍ଠାନ ତରଫରୁ ବହୁ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଛନ୍ତି।
ସବ୍ୟସାଚୀ ମହାପାତ୍ର, ହିମାଂଶୁ ଖଟୁଆ, ଗଦାଧର ପୁଟି, ତାପସ ସରଘରିଆ, ବବି ଇସଲାମ, ଅଶୋକ ପତି, ପ୍ରଦୀପ ଦାଶ, ତ୍ରିପତି କୁମାର ସାହୁ, ଉମେଶ ଦାଶ, ଶିବ ମହାନ୍ତି, ଅଜୟ ସିଂ, ଶୈଳେନ୍ଦ୍ର ପରିଡା, ଓ କୁନାଲ ପଟନାୟକ ପ୍ରମୁଖ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିବା ଜଣାଯାଇଛି।
Elephant Attack: ହାତୀ ଆକ୍ରମଣରେ ୧୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।