officer vacancies ନବରଙ୍ଗପୁର ଜିଲ୍ଲା ୧୫ ଅଧିକାରୀ ପଦବି ଖାଲି, ଥୋକାଏ ଜିଲ୍ଲାବାହାର ବଦଳି ପାଇଁ ଗୋଡ଼ ଟେକିଛନ୍ତି
"ନବରଙ୍ଗପୁର (ସୁରେଶ ନାଇଡ଼ୁ): ରାଜ୍ୟର ଅନ୍ୟତମ ଅନୁନ୍ନତ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁର ଜିଲ୍ଲାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି, କିନ୍ତୁ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରାଇବାକୁ ଯେଉଁ ମାନବସମ୍ବଳ ଆବଶ୍ୟକ ସେଥିର ଘୋର ଅଭାବ ଦେଖିବାକୁ ମିଳିଛି।
ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡ଼ିକରେ ୧୫ରୁ ଊର୍ଦ୍ଧ୍ବ ଅଧିକାରୀ ପଦବି ଖାଲି ପଡ଼ିଛି।
Advertisment Education: ମୁରବି ବିହୀନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ; ସମସ୍ତ ଅଧିକାରୀ ପଦବି ଖାଲି ଖାଲି ପଦବି ପୂରଣ ହୋଇପାରୁନଥିବା ବେଳେ ଦୁଇ ଜଣ ଅଧିକାରୀ ପଦନ୍ନୋତି ପାଇବା ପରେ ଜିଲ୍ଲା ଛାଡ଼ିଯିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଯାଇଛି।
ଫଳରେ ଜିଲ୍ଲାପ୍ରଶାସନ ଅନ୍ୟ ଅଧିକାରୀଙ୍କୁ ଭାରପ୍ରାପ୍ତ ଭାବେ ଦାୟିତ୍ବ ଦେଇ କାମ ଚଳାଇଛି।
ଜିଲ୍ଲା ଓକିଲ ସଂଘ ସଭାପତି ସନ୍ତୋଷ ମିଶ୍ର କହିଛନ୍ତି, ଭାରପ୍ରାପ୍ତରେ ଥିବା ଅଧିକାରୀ ଜଣକ ସ୍ଥାୟୀ ଅଧିକାରୀ ପରି ନିଜର ଉତ୍ତରଦାୟିତ୍ବ ନିଭାଇବାରେ ସଫଳ ହୋଇ ପାରୁନାହାନ୍ତି।
ଜିଲ୍ଲା ଶ୍ରମ ଅୟୁକ୍ତ ପଦବୀରେ ଭାରପ୍ରାପ୍ତ ଭାବେ କୋରାପୁଟ ଜିଲ୍ଲା ଶ୍ରମ ଆୟୁକ୍ତ ବୃନ୍ଦବନ ସେଠୀ ଦାୟିତ୍ବରେ ରହୁଛନ୍ତି।
ସେହିପରି ଜିଲ୍ଲାଶିଳ୍ପ କେନ୍ଦ୍ରର ପରିଚାଳକ ଦାୟିତ୍ବରେ ଭବାନୀପାଟଣା ଡିଆଇସି ଜିଏମଙ୍କୁ ଦିଆଯାଇଛି।
ଗତ ମାସରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସଡବ୍ଲୁ), ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ(ଡିଏସସଓ), ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଅବସର ନେଇଛନ୍ତି।
ସହକାରୀ ଉପବିଭାଗ ଅଧିକାରୀ ପଦବି ଦରମା ହାରକୁ ନେଇ କର୍ମଚାରୀଙ୍କ ଅସନ୍ତୋଷ ଡିଏସଡବ୍ଲୁଓ ପଦବିରେ ଜିଲ୍ଲାଶିଶୁ ପ୍ରକଳ୍ପ ଅଧିକାରୀ, ଡିଏସଏସଓ ପଦବିରେ ଅତିରିକ୍ତ ଜିଲ୍ଲାସମାଜ ସୁରକ୍ଷା ଅଧିକାରୀ ଓ ଆରଟିଓ ପଦବିରେ କୋରାପୁଟ ଆରଟିଓ ଭାରପ୍ରାପ୍ତ ଭାବେ ଦାୟିତ୍ବରେ ରହିଛନ୍ତି।
ଜିଲ୍ଲାମୁଖ୍ୟଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ ତଥା ଡିଏମଓ ପଦବୀରେ ଭାରପ୍ରାପ୍ତ ଭାବେ ଏଡିଏମଓ ଡ.ସୁକାନ୍ତ ଶତପଥୀ ସମ୍ଭାଳିଛନ୍ତି।
ଏନଏଚ ଏସଡିଓ ପଦବୀରେ ଭାରପ୍ରାପ୍ତ ଭାବେ କେସିଙ୍ଗା ଏସଡିଓ ସୂର୍ଯ୍ୟ ଛତରିଆ ରହିଛନ୍ତି।
ସେଭଳି ମେଗା ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ବାହୀଯନ୍ତ୍ରୀ ମାଲକାନଗିରୀ ମେଗାଲିଫ୍ଟ ପ୍ରକଳ୍ପର ଦାୟିତ୍ବରେ ବି ରହିଛନ୍ତି।
ଜିଲ୍ଲା କ୍ରୀଡା ଅଧିକାରୀ ପଦବି ଖାଲି ପଡିଥିବା ବେଳେ ଏହି ପଦବୀକୁ ଭାରପ୍ରାପ୍ତ ଭାବେ ଜଣେ ଡେପୁଟି କଲେକ୍ଟର ସମ୍ଭାଳିଛନ୍ତି।
ଜିଲ୍ଲା ଖଣିଅଧିକାରୀ ପଦବୀରେ ସହକାରୀ ଖଣି ଅଧିକାରୀ ସମ୍ଭାଳିଛନ୍ତି।
ରାଜ୍ୟରେ ଖାଲି ପଡିଛି ୧୦୫ ଶିକ୍ଷା ଅଧିକାରୀ ପଦବୀ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟନିର୍ବାହୀଅଧିକାରୀ ଯଦୁମଣି ନାୟକ ଜୟପୁର ଉପଜିଲ୍ଲାପାଳ ଭାବେ ପଦନ୍ନୋତି ପାଇ ଯିବା ପରେ ସେ ପଦବି ଖାଲି ପଡିଛି।
ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଛତ୍ରପୁର ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମରକୋଟ ପୌରାଂଚଳର କନିଷ୍ଠ ଯନ୍ତ୍ରୀ ଭାରପ୍ରାପ୍ତରେ ରହିଛନ୍ତି।
ଜିଲ୍ଲାସ୍ତରରେ ପରିବେଶପ୍ରଦୁଷଣ ଅଧିକାରୀ, ଓଜନ ଓ ମାପ ବିଭାଗର ଜିଲ୍ଲାସ୍ତରୀୟ ନିର୍ଦ୍ଦେଶକ ଭଳି ପଦବୀ ଖାଲି ପଡିଛି।
ଆଉ ଦୁଇ ଅଧିକାରୀ ପଦନ୍ନୋତି ପାଇବା ପରେ ଅନ୍ୟ ସ୍ଥାନକୁ ଯିବା ପାଇଁ ଗୋଡ ଠେକିକି ବସିଛନ୍ତି।
ପାଲକା ରବୀନ୍ଦ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ଠାରୁ ପଦୋନ୍ନତି ପାଇ ଡେପୁଟି ଡାଇରେକ୍ଟର(ଅତିରିକ୍ତ ନିର୍ଦ୍ଦେଶକ) ହୋଇଛନ୍ତି।
ସେହିପରି ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗର ଏଡିସନାଲ ଡାଇରେକ୍ଟର ପଦବିରେ ପଦନ୍ନୋତି ପାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।