Odisha Worker's Body Returns From UAE: ବିଦେଶରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ; ରୋଜଗାର ପାଇଁ ଯାଇ, ଶବ ହୋଇ ଫେରିଲେ
ବିଦେଶରୁ ନିଜ ଗାଁମାଟିକୁ ଫେରିଲା ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଗୋପାଳପୂର ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କର ଦେହାନ୍ତ ହୋଇଛି। ସେ ୟୁଏଇ ଯାଇ ସେଠାରେ ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ l ସେଠାରେ ହଠାତ୍ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବିଦେଶରୁ ମୃତଦେହ ଫେରାଇ ଆଣିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା।
ଏଭଳି ସମୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ହସ୍ତକ୍ଷେପ ପରେ ପ୍ରଶାସନ, ବୈଦେଶିକ ମନ୍ତ୍ରାଳୟ ଓ ଭାରତୀୟ ଦୂତାବାସର ସମନ୍ୱୟରେ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଇ ମୃତଦେହକୁ ଜନ୍ମମାଟିକୁ ଅଣାଯାଇଛି। ସନ୍ତୋଷଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ପାଇଁ ସରକାରୀ ସହାୟତା ଦାବି ହୋଇଛି।
- ୟୁଏଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
- ବିଦେଶରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
- ରୋଜଗାର ପାଇଁ ଯାଇ, ଶବ ହୋଇ ଫେରିଲେ
- ଗାଁରେ ପହଞ୍ଚିଲା ସନ୍ତୋଷଙ୍କ ମୃତଦେହ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।