ଆଇଭରି କୋଷ୍ଟ୍ର ଫିଫା ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ବିଜୟରୁ ଆରମ୍ଭ
ଫିଲାଡେଲଫିଆ: ଆଇଭରି କୋଷ୍ଟ୍ର ଫିଫା ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ବିଜୟରୁ ଆରମ୍ଭ ହୋଇଛି। ଫିଲାଡେଲ୍ଫିଆ ଷ୍ଟାଡିୟମ୍ରେ ଖେଳାଯାଇଥିବା ସୋମବାର ଗ୍ରୁପ୍-ଇ’ର ଏକ ମୁକାବିଲାରେ ନାଟକୀୟ ଭାବେ ୯୦ତମ ମିନିଟ୍ରେ ବଦଳ ଖେଳାଳି ଅମାଦ ଦିଆଲୋଙ୍କ ଗୋଲ୍ରେ ଆଇଭରି କୋଷ୍ଟ ୧-୦ରେ ଇକ୍ବେଡର୍କୁ ମାତ୍ ଦେଇଛି।
୨୦୦୬ରେ ପ୍ରଥମ ଥର ବିଶ୍ବକପ୍ ଖେଳିଥିବା ଆଇଭରି କୋଷ୍ଟ ଲଗାତାର ୩ ସଂସ୍କରଣ ଖେଳିଥିଲା। ୨୦୧୪ ପରେ ପ୍ରଥମ ଥର ଚଳିତ ବିଶ୍ବକପ୍ ଟିକେଟ୍ ହାସଲ କରିଥିଲା ଆଇଭରି କୋଷ୍ଟ ଆରମ୍ଭରୁ ପଛରେ ପଡ଼ିଥିଲା। ଇକ୍ବେଡର ଚମତ୍କାର ଖେଳି ପ୍ରଥମାର୍ଦ୍ଧରେ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଗୋଲ୍ ଦେବାରେ ସକ୍ଷମ ହୋଇ ନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।