Odisha textbook errors ଓଡ଼ିଶା ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ଅନ୍ଲାଇନ୍ରେ ମିଳିବ ସଂଶୋଧିତ ପୁସ୍ତକ
"ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ।
ଏହି ପୁସ୍ତୁକ ଅନ୍ଲାଇନ୍ରେ ଉପଲବ୍ଧ ହେବ ବୋଲି ଆଜି (ବୁଧବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ ଏନ୍.
ତିରୁମାଲା ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Advertisment ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଚିବ ନାୟକ କହିଥିଲେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକରେ ତ୍ରୁଟି ଥିବା ସରକାରଙ୍କ ନଜରକୁ ଆସିଥିଲା ।
ମୁଖ୍ୟମନ୍ତ୍ରୀ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରି ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟି କିପରି ହୋଇଥିଲା ଓ କେଉଁମାନେ ଏଥିରେ ଦାୟୀ ସେ ସମ୍ବନ୍ଧରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନକରି ବିଚାର କରିବାପାଇଁ ନିର୍ଦେଶ ଦେଇଥିଲେ ।
କମିଟିର ସୁପାରିଶ କ୍ରମେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ।
ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟିକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାପାଇଁ ନିର୍ଦେଶ ଦେଇଛନ୍ତି ।
Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବନି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତିକା ଶାସନ ସଚିବ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଏହି ତ୍ରୁଟିଗୁଡିକୁ ତର୍ଜମା କରାଯାଉଛି ଓ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି ।
ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବସାଇଟ୍ / OSEPA website ରେ ଶିକ୍ଷାବିତ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ ।
ସମସ୍ତଙ୍କର ମତାମତକୁ ବିଚାରକରି ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ବହି ପ୍ରଦାନ କରାଯିବ ।
Faulty textbooks: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଜର୍ନ ହେଉ: ଏଆଇଡିଏସ୍ଓ ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠ ପଢା ଚାଲୁ ରହିବ ।
ସରକାର ଯଥା ଶୀଘ୍ର ପୁନର୍ବାର ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଶାସନ ସଚିବ ନାୟକ ପ୍ରତିଶ୍ରୁତି ଦେଇଛନ୍ତି।
"