Odisha SIR 2026 ଓଡ଼ିଶା ଏସ୍‌ଆଇଆର୍‌ -୨୦୨୬: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

Sep 21, 2026 - 18:42
Odisha SIR 2026 ଓଡ଼ିଶା ଏସ୍‌ଆଇଆର୍‌ -୨୦୨୬: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

"ଭୁବନେଶ୍ୱର : ଓଡ଼ିଶାରେ "ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬" ପ୍ରକ୍ରିୟା ଶେଷ ହୋଇଛି।

ଆଜି(ସୋମବାର) ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।

ଏହି ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  ଆର୍‌ ଏସ୍‌ ଗୋପାଲନ ବୈଠକରେ ଆଲୋଚନା କରିଛନ୍ତି।Advertisment SIR: ଆଜି ସରିବ ଏସ୍‌ଆଇଆର୍‌ ଶୁଣାଣି: ଏସ୍‌ଆଇଆର୍‌ରେ କଟିଲେଣି ପ୍ରାୟ ୨୫ଲକ୍ଷ ଭୋଟର ବୈଠକ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଲନ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ଲେଖାଏଁ ଅବିକଳ ସଫ୍ଟ/ହାର୍ଡ କପି ପ୍ରଦାନ କରିଥିଲେ।

SIR Odisha 3 phase ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର '୩ୟ ପର୍ଯ୍ୟାୟ' ଏସ୍‌ଆଇଆର୍‌ ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି।

ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ।

ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି।

ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in  ମଧ୍ୟ ଉପଲବ୍ଧ ହୋଇଛି।

SIR In Odisha: ଏସ୍‌ଆଇଆର କାର୍ଯ୍ୟରେ ଅବହେଳା: ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ ନିଲମ୍ବିତଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସିଇଓ  ସୁଶାନ୍ତ କୁମାର ମିଶ୍ର, ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ ଲକ୍ଷ୍ମୀପ୍ରସାଦ ସାହୁ, ଡେ଼ପୁଟି ସିଇଓ ଅନାମିକା ସିଂ, ଡେ଼ପୁଟି ସେକ୍ରେଟାରୀ ଦିନମଣୀ ନାଏକ ଓ ପ୍ରଶାସନିକ ଅଧିକାରୀ ଶାଶ୍ୱତ ପ୍ରଧାନଙ୍କ ସମେତ ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)