Odisha Police Athletes Bring Home Medals: ଜୁଡୋ ଓ ତାଇକୋଣ୍ଡୋରେ ଓଡ଼ିଶା ପୋଲିସକୁ ପଦକ, ବିଜେତାଙ୍କୁ ସମ୍ୱର୍ଦ୍ଧିତ କଲେ ଡିଜିପି

Aug 04, 2026 - 11:08
Odisha Police Athletes Bring Home Medals: ଜୁଡୋ ଓ ତାଇକୋଣ୍ଡୋରେ ଓଡ଼ିଶା ପୋଲିସକୁ ପଦକ, ବିଜେତାଙ୍କୁ ସମ୍ୱର୍ଦ୍ଧିତ କଲେ ଡିଜିପି

ଜାତୀୟ ସ୍ତରୀର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନଙ୍କ ଚମକ ପୁଣିଥରେ ଦେଖିବାକୁ ମିଳିଛି। ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ୧୨ ଜଣ କ୍ରୀଡାବିତ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପୋଲିସ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ  ଯୋଗେଶ ବାହାଦୁର ଖୁରାନିଆ  କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।  

ଜୁଲାଇ ୨୩ ରୁ ୩୦ ପର୍ଯ୍ୟନ୍ତ ହାଇଦ୍ରାବାଦସ୍ଥିତ ଗଛିବୋଉଲି ଇନଡୋର  ଷ୍ଟାଡିୟମଠାରେ ଅନୁଷ୍ଠିତ ୧୧ତମ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର-୨୦୨୬-୨୭ ଏବଂ ଜୁଲାଇ ୦୮ ରୁ ୧୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ୫ମ ସିନିୟର ନ୍ୟାସନାଲ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଚାମ୍ପିୟନସିପ୍-୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ବିଭିନ୍ନ ବିଭାଗରେ ପଦକ ହାସଲ କରିଛନ୍ତି। ଏହି ଅବସରରେ ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୩ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଡିଜିପି ପ୍ରଦାନ କରିଥିଲେ ।   

ଜାତୀୟ ସ୍ତରରେ ଚମକିଲେ ଓଡ଼ିଶା ପୋଲିସ କ୍ରୀଡ଼ାବିତ
୧୨ କ୍ରୀଡ଼ାବିତଙ୍କ ସଫଳତା; ଡିଜିପିଙ୍କ ସମ୍ବର୍ଦ୍ଧନା
ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ପାଇଁ ଗୌରବ
ପଦକ ବିଜେତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଲେ ଡିଜିପି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।