Odisha Girl Missing in Nepal Flood ନେପାଳ ପ୍ରଳୟଙ୍କରୀ ବନ୍ୟାରେ ବାରିପଦାର କୁଲସୁମ୍ ନିଖୋଜ!
"ବାରିପଦା: ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ନିଖୋଜଙ୍କ ମଧ୍ୟରେ ବାରିପଦା ସହରର କୁଲସୁମ ନିଗାରା (୨୩) ନିଖୋଜ ହୋଇଛନ୍ତି।
ଖୋଜିବାରେ ସହାୟତା କରିବାକୁ କୁଲସୁମଙ୍କ ପରିବାର ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।
Advertisment ୨୩ ନମ୍ବର ୱାର୍ଡ ଅଞ୍ଚଳର ବାସିନ୍ଦା ଶେଖ୍ ସଲାମତ ଉଲ୍ଲା ତାଙ୍କ ଝିଅ କୁଲସୁମଙ୍କ ନିଖୋଜ ସମ୍ପର୍କରେ କହିଛନ୍ତି, କୁଲସୁମ ନେପାଳର ପୋଖରା ଅଞ୍ଚଳକୁ ଯାଇଥିଲେ।
କୁଲସୁମଙ୍କ ସହ ୨୫ ତାରିଖରୁ ପରିବାରର ଯୋଗାଯୋଗ ହୋଇପାରୁନାହିଁ। Nepal flash floods: ବନ୍ୟାବିଧ୍ବସ୍ତ ନେପାଳକୁ ଭାରତର ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍ ସହାୟତା କୁଲସୁମ, ୨୧ ତାରିଖରେ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲ।
ସେଠାରେ ଭୁବନେଶ୍ବରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥ୍ଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ପହଞ୍ଚିଥିଲେ।
ରକ୍ସୋଲରୁ ଏକ ୧୨ ଜଣିଆ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଯାଇଥିଲ।
ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ।
ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ।
ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରୋ ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ।
Nepal Flood Updates: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି, ୨୮୮ ଭାରତୀୟ ନିଖୋଜ!
ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାରର ଚିନ୍ତା ବଢ଼ିଯାଇଛି।
କୁଲସୁମଙ୍କ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ।
କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ଉଦ୍ଧାର ପାଇଁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।
ଏନେଇ ସରକାରଙ୍କୁ ଅବଗତ କରାଯାଇଛି ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ୍ପି ବରୁଣ ଗୁଣ୍ଠୁପାଲି କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
