Odisha Flood Crisis ବନ୍ୟା ବିଭୀଷିକାରେ ଅଧା ଓଡ଼ିଶା: ୧୫ଟି ଜିଲ୍ଲାର ୭.୯୧ଲକ୍ଷ ଲୋକ ପ୍ରଭାବିତ, ମାଟି ଶୁଖିଲା ଯାଏଁ ରିଲିଫ୍
"ଭୁବନେଶ୍ୱର: ରାଜ୍ୟର ବିଶେଷତଃ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣବର୍ଷାଜନିତ ବନ୍ୟା ସୃଷ୍ଟି ହୋଇଛି।
୧୫ଟି ଜିଲ୍ଲାର ୭ଲକ୍ଷ ୯୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।
ସମସ୍ତ ପ୍ରଭାବିତ ଲୋକଙ୍କୁ ମାଟି ଶୁଖିଲା ଯାଏଁ ରିଲିଫ୍ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
Advertisment ଆଜି (ଶୁକ୍ରବାର) ଲୋକସେବା ଭବନରେ ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା ହୋଇଥିଲା।
ଏଥିରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ।
ଆଭାସୀରେ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ବୈଠକରୁ ମିଳିଥିବା ସୂଚନାନୁସାରେ, ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ଆଜି ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିଛି।
ତେବେ ମହାନଦୀରେ ଉଦ୍ବୃତ୍ତ ଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀର ଜଳପତ୍ତନସ୍ତର ଉପରେ ତୀକ୍ଷଣ ନଜର ରଖାଯିବା ସହ ଏହାର ଅବବାହିକା ଅଞ୍ଚଳ ତଥା ଉପକୂଳ ଜିଲ୍ଲାମାନଙ୍କରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫ଟି ଜିଲ୍ଲା ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ବେଳେ ବାକି ୧୫ଟି ଜିଲ୍ଲା ବନ୍ୟା ଦ୍ଵାରା ଊଣାଅଧିକେ ପ୍ରଭାବିତ ହୋଇଛନ୍ତି l ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍ର ୪୪୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ରହିଥିବା ବେଳେ ୨୧୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି l ପ୍ରାୟ ୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଶିଶୁଖାଦ୍ୟ, ବୟସ୍କ ଏବଂ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
Flood In Odisha: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ; ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି ନଦୀଗୁଡ଼ିକ ମଧ୍ୟରେ ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତ୍ତନ ସ୍ତର କ୍ରମଶଃ ହ୍ରାସ ପାଇଥିଲା ବେଳେ ମହାନଦୀର ଜଳପତ୍ତନ ସ୍ତର ବିପଦସଙ୍କେତଠାରୁ ସାମାନ୍ୟ ଅଧିକ ରହିଛି l ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ଥିବା ବେଳେ ମୁଣ୍ଡଳି ଠାରେ ୮,୬୫,୪୭୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା l ଆଉ ୧୦ଟି ଗେଟ୍ ଖୋଲା ଯାଇ ସମୁଦାୟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି l ଏହି ଜଳ ହୀରାକୁଦରୁ ଆସି ମୁଣ୍ଡୁଳି ଠାରେ ପହଞ୍ଚିବାକୁ ପାଖାପାଖି ୪୦ ଘଣ୍ଟା ସମୟ ଲାଗିବ l ସେତେବେଳକୁ ମୁଣ୍ଡୁଳିଠାରେ ମହାନଦୀର ଜଳସ୍ତର ଅପେକ୍ଷାକୃତ କମ୍ ହୋଇ ଯାଇଥିବାରୁ ଏହି ବନ୍ୟାଜଳ ଦ୍ଵାରା ବିଶେଷ ବିପଦ ସୃଷ୍ଟି ହେବ ନାହିଁ ବୋଲି ସରକାର ଆଶାବାଦୀ ଅଛନ୍ତି।
Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ମହାନଦୀର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ସହ ସମନ୍ଵୟ ରକ୍ଷା କରି ଦୃଢ଼ ନଜର ରଖାଯାଇଥିଲା ବେଳେ ଅବବାହିକା ଅଞ୍ଚଳ ତଥା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାମାନଙ୍କୁ ସମ୍ପୂର୍ଣ୍ଣ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି l ରାଜ୍ୟରେ ୧୭ଟି ଓଡ୍ରାଫ୍, ୬ଟି ଏନଡିଆରଏଫ୍ ଏବଂ ୧୧୨ଟି ଅଗ୍ନିଶମ ତଥା ଜରୁରୀକାଳୀନ ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ସହ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ, ରିଲିଫ୍ ସାମଗ୍ରୀ ପ୍ରଦାନ କାର୍ଯ୍ୟ ଜାରି ରହିଛି l Flood In Bhadrak: ଭଦ୍ରକରେ ବନ୍ୟା; ୧ ଲକ୍ଷ ୭୫ ହଜାର ଲୋକଙ୍କୁ ସ୍ଥାନାନ୍ତର ବନ୍ୟା ଜଳ ଛାଡ଼ିବା ମାତ୍ରକେ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ବିଭାଗ ଦ୍ଵାରା ସମସ୍ତ ନଳକୂପ ତଥା ଅନ୍ୟାନ୍ୟ ପାନୀୟ ଜଳ ଉତ୍ସଗୁଡିକୁ ବିଶୋଧନ କରାଯିବା ସହ ଆବଶ୍ୟକ ମରାମତି କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବନ୍ୟା ଜଳ ଛାଡିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମନ୍ଵିତ ଭାବେ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ତୁରନ୍ତ ମିଳିତ ସହଯୋଗରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ତଥା କୋଠାବାଡ଼ିର ମରାମତି ସହ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି l ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଆଦି କୌଣସି ବି କ୍ଷତିଗ୍ରସ୍ତ ହୋଇଥିଲେ ତାହାର ମରାମତି ସହ ଆବଶ୍ୟକ ପଦକ୍ଷେପ ନିଆଯିବ l Flood Water: ବିପଦ ସଙ୍କେତ ତଳେ ବୈତରଣୀର ବନ୍ୟା ଜଳ ପ୍ରବାହିତ, ତଥାପି କମୁନି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ପୋଲ ଆଦିର ମରାମତି ନିମନ୍ତେ ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଥିଲା ବେଳେ ଆଗାମୀ ଦିନରେ ବିପଦପ୍ରବଣ ଅଞ୍ଚଳରେ ରାସ୍ତାମାନଙ୍କର ଉଚ୍ଚତା ବୃଦ୍ଧି କରି ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.
ଅରବିନ୍ଦ ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ୍, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅସ୍ବତୀ ଏସ୍, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର କମିସନର ତଥା ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ, ପାନୀୟ ଜଳ ଯୋଗାଣ ବିଭାଗ, ଜଳସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।