Odia Film Awards Controversy: ଓଡ଼ିଆ ସିନେମାରୁ ପିଛା ଛାଡ଼ୁନି ବିବାଦ; ଏବେ ମନୋଜ-ହରି ଭାଇ ମୁହାଁମୁହିଁ

Jun 29, 2026 - 19:55
Odia Film Awards Controversy:  ଓଡ଼ିଆ ସିନେମାରୁ ପିଛା ଛାଡ଼ୁନି ବିବାଦ; ଏବେ ମନୋଜ-ହରି ଭାଇ ମୁହାଁମୁହିଁ

ଓଡ଼ିଆ ସିନେମାରୁ ପିଛା ଛାଡ଼ୁନି ବିବାଦ। ସିନେମା କମ୍ ପଲିଟିକ୍ସ ହେଉଛି ଅଧିକ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଏବେ ଆସିଛି ବଡ଼ ଅଭିଯୋଗ। ହରିହର ମହାପାତ୍ର ବିଜେପିରୁ ଥିବାରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଥିବା ଅଭିଯୋଗ ପରେ ଏବେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ପରିସ୍ଥିତି ଏମିତି ହେଇଛି କି, ମନୋଜ-ହରି ଭାଇ ହେଇଛନ୍ତି ମୁହାଁମୁହିଁ।

ସୋସିଆଲ ମିଡିଆରେ ଏବେ ଉଠୁଛି ପଡୁଛି ଏମିତି ପ୍ରଶ୍ନ। ଗତ ସପ୍ତାହରେ ୨୦୨୩ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆ ଯାଇଛି। ହେଲେ ପ୍ରଥମ ଥର ପାଇଁ ବୋଧେ ଏତେ ବଡ଼ ବିବାଦ ଦେଖିବାକୁ ମିଳିଛି। ୨୦୨୩ ପାଇଁ ‘ଧୋ ରେ ବାବୁ ଧୋ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ମିଳିଛି ସମ୍ମାନ। 

ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ହାସ୍ୟ ଅଭିନେତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ହେଲେ ଏଇଠୁ ଆରମ୍ଭ ହେଇଛି ବିବାଦ। ଯୋଉ ସିନେମାକୁ କେହି ଦେଖି ନାହାନ୍ତି, ଯୋଉ ଫିଲ୍ମ ନାଁ ଲୋକେ ଶୁଣି ନାହାନ୍ତି ସେମିତି ଏକ ଫିଲ୍ମ ପାଇଁ ହରିହର ମହାପାତ୍ରଙ୍କ ସମ୍ମାନିତ କରାଯାଇଛି କହି କଟ୍ଟାକ୍ଷ୍ୟ କରିଛନ୍ତି ମନୋଜ। ଖାଲି ସେତିକି ନୁହେଁ, ରାଜ୍ୟ ସରକାର ପାନ୍ତରଅନ୍ତର କରାଯିବା ସହ ହରିଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। 

ମନୋଜ ମିଶ୍ର କିଏ? ଓଡ଼ିଆ ସିନେମା ପାଇଁ କରିଛନ୍ତି କଣ? ମୁମ୍ବାଇରୁ କାହିଁକି ଓଡ଼ିଶା ଆସିଲେ? ତାଙ୍କୁ ଚିହ୍ନେ କିଏ? ମନୋଜ ମିଶ୍ରଙ୍କ କଡ଼ା ସମାଲୋଚନା ପରେ ଅଭିନେତା ହରିହର ମହାପାତ୍ର କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି। 

ଓଟିଭି ପଡକାଷ୍ଟରେ EXCLUSIVE ଭାବେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ସେ କହିଛନ୍ତି କି, ମନୋଜଙ୍କ କଥାକୁ ସେ ଗୁରୁତ୍ବ ସହ ନେଉନାହାନ୍ତି। ତାଙ୍କ ସିନେମାକୁ ସେ ଦେଖିନାହାନ୍ତି, ବିଜେପିରେ ଅଛି ବୋଲି ପ୍ରଶ୍ନ କରି ନିଜେ ପପୁଲାର୍ ହେବାକୁ ଏଭଳି କରିଥିବା ପାଲଟା ଜବାବ ରଖିଛନ୍ତି।

ସତ କ’ଣ? ମନୋଜଙ୍କ ଅଭିଯୋଗ ନା ହରିହର ମହାପାତ୍ରଙ୍କ ସଫେଇ ? ଓଡ଼ିଆ ସିନେମାରେ ଭଲ ଦିନ ଆସବ ବୋଲି ଆକଳନ ହେଉଥିବା ବେଳେ ଏଇ ଅଭିଯୋଗ ଏବେ ନୂଆ ବିବାଦ ସୃଷ୍ଟି କରିଛି।...(ହରି ବାଇଟ୍) ସବୁ ବିବାଦ, ସବୁ ଅଭିଯୋଗର ଗୋଟି ଗୋଟି କରି ପ୍ରତିକ୍ରିୟା ରଖିଛନ୍ତି ହରିହର ମହାପାତ୍ର ଓଟିଭି ପଡ଼କାଷ୍ଟରେ।

  • ଓଡ଼ିଆ ସିନେମାରୁ ପିଛା ଛାଡ଼ୁନି ବିବାଦ
  • ଏବେ ମନୋଜ-ହରି ଭାଇ ମୁହାଁମୁହିଁ
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବଡ଼ ଅଭିଯୋଗ
  • ରାଜନୀତି ଭିତ୍ତିରେ ମିଳିଥିବା ଅଭିଯୋଗ କଲେ ମନୋଜ
  • ହରି କହିଲେ ମନୋଜ କ’ଣ କରିଛନ୍ତି?