Odia Cinema: ୪୦ ବର୍ଷରେ ଓଡ଼ିଆ ସିନେମା

Sep 19, 2026 - 09:34
Odia Cinema: ୪୦ ବର୍ଷରେ ଓଡ଼ିଆ ସିନେମା

"୧୯୮୬ ଥିଲା ଓଡ଼ିଆ ସିନେମାର ଏକ ଘଟଣାବହୁଳ ବର୍ଷ।

ଏହି ବର୍ଷ ବେଶ୍ କେତୋଟି ସଫଳ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା।

ସେଥିମଧ୍ୟରୁ "ଏଇ ଆମ ସଂସାର" ଅନ୍ୟତମ।

ଏହି ଛବିର ନିର୍ମାଣକୁ ୪୦ ବର୍ଷ ପୂର୍ତ୍ତି ହୋଇଛି।

ମଲ୍‌ଟି ଷ୍ଟାରର୍ "ଏଇ ଆମ ସଂସାର"ରେ ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ତନ୍ଦ୍ରା, ଅପରାଜିତା, ବୈଶାଳୀ, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ଅସିତ ପତି ଓ ଶିଶିର ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଧୀର ବିଶ୍ବାଳଙ୍କ ପ୍ରଯୋଜିତ ତଥା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାର ସ୍ମୃତିଚାରଣ କରୁଛନ୍ତି ଶିବଶଙ୍କର ଓଝା।Advertisment Hamleys' flagship : ହାମଲେଜ୍‌ର ଫ୍ଲାଗସିପ୍‌ ଜୁବିଲି ହିଲ୍‌ସ ଷ୍ଟୋର୍‌ ଉଦ୍‌ଘାଟିତ ପ୍ରୋଗ୍ରେସିଭ୍ ଫିଲ୍ମ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ "ଏଇ ଆମ ସଂସାର" ୧୯୮୬ ମସିହା ଜୁନ୍ ୨୦ ତାରିଖରେ ମୁକ୍ତିଲାଭ କରିଥିଲା।

ଏହି ସିନେମା ଜରିଆରେ ପ୍ରଯୋଜକ ଧୀର ବିଶ୍ବାଳ ପ୍ରାୟ ଚାରିବର୍ଷ ପରେ ପ୍ରଯୋଜନା କ୍ଷେତ୍ରକୁ ଲେଉଟିଥିଲେ।

ତାଙ୍କ ପ୍ରଯୋଜିତ ପୂର୍ବ ସିନେମା "ସମୟ ବଡ଼ ବଳବାନ" ୧୯୮୨ରେ ରିଲିଜ୍ ହୋଇଥିଲା।

ଠିକ୍ ସେହିପରି ନିର୍ଦ୍ଦେଶକ ଶିଶିର ମିଶ୍ର ବି ତିନିବର୍ଷ ବ୍ୟବଧାନରେ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ।

ତାଙ୍କ ନିର୍ଦ୍ଦେଶିତ ପୂର୍ବ ଫିଲ୍ମ "ସୁବର୍ଣ୍ଣସୀତା" ୧୯୮୩ରେ ମୁକ୍ତିଲାଭ କରିଥିଲା।

ଧୀର-ଶିଶିର ଯୋଡ଼ି "ସମୟ ବଡ଼ ବଳବାନ" ପରେ ପୁଣି ବକ୍‌ସ ଅଫିସ୍‌ରେ କମାଲ କରିଥିଲେ।

ଅନେକ ପ୍ରଥମର ସାକ୍ଷୀ"ଏଇ ଆମ ସଂସାର"ରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଶିଶିର ମିଶ୍ର ଓ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ଯୋଡ଼ି ବନିଥିଲା।

ଲୋକପ୍ରିୟ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ପ୍ରଥମ ଥର ପାଇଁ ଏହି ସିନେମାର ସଂଳାପ ଲେଖି ପରବର୍ତ୍ତୀ ସମୟରେ ୫୦ରୁ ଅଧିକ ଛବିରେ ସଂଳାପକାରର ମର୍ଯ୍ୟାଦା ଲାଭ କରିଥିଲେ।ପୁଣି ପରବର୍ତ୍ତୀ ସମୟର ଦୁଇ ଆଗଧାଡ଼ିର ନିର୍ଦ୍ଦେଶକ ସଂଗ୍ରାମ ବିଶ୍ବାଳ ଓ ହିମାଂଶୁ ପରିଜା (ଚଣ୍ଡୀ) ବି "ଏଇ ଆମ ସଂସାର" ଜରିଆରେ ସହକାରୀ ନିର୍ଦ୍ଦେଶକ ଭାବେ ପ୍ରଥମେ କାମ କରିଥିଲେ।

ଠିକ୍ ସେହିପରି ଜଣାଶୁଣା ନାୟିକା ଅପରାଜିତା, ତନ୍ଦ୍ରା ଓ ବୈଶାଳୀ ମଧ୍ୟ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ କାମ କରିବାରେ "ଏଇ ଆମ ସଂସାର" ପ୍ରଥମ ସୁଯୋଗ ଦେଇଥିଲା।

ପ୍ରଥମ ଓ ଅନ୍ତିମ ଥର: "ଏଇ ଆମ ସଂସାର"ର ସିନେମାଟୋଗ୍ରାଫର୍ ଥିଲେ ଜୟଦେବ ପୁରସ୍କାରପ୍ରାପ୍ତ ରାଜୁ ମିଶ୍ର।

ଏହି ସିନେମାର ପ୍ରଥମ ଓ ଅନ୍ତିମ ଥର ଲାଗି ରାଜୁ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହ କାମ କରିଥିଲେ।

ପରବର୍ତ୍ତୀ ସମୟରେ ଦିଲୀପ ରାୟ ଓ ଶାମ୍ବା ପ୍ରମୁଖ କ୍ୟାମେରାମ୍ୟାନଙ୍କୁ ନେଇ ଓଡ଼ିଆ ଛବି ନିର୍ମାଣ କରିଥିଲେ ଶିଶିର ମିଶ୍ର।

ଏଣେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଚିତ୍ତ ଜେନା ବି "ଏଇ ଆମ ସଂସାର"ରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଫିଲ୍ମରେ କଣ୍ଠଦାନ କରିଥିଲେ।

ଗୀତଟି ଥିଲା- ଧାଇଁ ଗିଡ଼ିଗିଡ଼ି ଧାଇଁ ଗିଡ଼ିଗିଡ଼ି...।

ଏହା ପରେ ଦୁହେଁ କେବେ ଯୋଡ଼ି ହୋଇନାହାନ୍ତି।

Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀ ରିମେକ୍: ଶିଶିର ମିଶ୍ର ଏଯାବତ୍ କେବଳ ଗୋଟିଏ ଓଡ଼ିଆ ଛବିର ହିନ୍ଦୀ ରିମେକ୍ କରିଛନ୍ତି, ଯାହା ହେଲା "ଏଇ ଆମ ସଂସାର"।

ଏହାର ହିନ୍ଦୀ ଭର୍ସନର ଟାଇଟଲ ଥିଲା "ବିଲ୍ଲୁ ବାଦଶାହା"।

ଏଥିରେ ଶତ୍ରୁଘ୍ନ ସିହ୍ନା, ଅନିତା ରାଜ, ଗୋବିନ୍ଦା, ନୀଲମ ଓ ଗୁଲଶନ ଗ୍ରୋଭରଙ୍କ ପରି ନାମୀଦାମୀ କଳାକାର ଅଭିନୟ କରିଥିଲେ।

ସୁଯୋଗ ହାତଛଡ଼ା କରିଥିଲେ ହର:"ବିଲ୍ଲୁ ବାଦଶାହା"ରେ ଖଳନାୟକ ଭୂମିକାରେ ହର ପଟ୍ଟନାୟକ ଅଭିନୟ କରିଥାନ୍ତେ।

କିନ୍ତୁ ବିଶେଷ କାରଣବଶତଃ ସେ ଏହି ସୁଯୋଗକୁ ହାତଛଡ଼ା କରିଥିଲେ।

ତାଙ୍କ ସ୍ଥାନରେ ନିର୍ଦ୍ଦେଶକ ଶିଶିର ମିଶ୍ର ଗୁଲଶନ ଗ୍ରୋଭରଙ୍କୁ ନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)