Ocean Winner: ‘ଓସେନ୍ ଵିନର’ ବୁଡ଼ି ପଛରେ କେଁ: ଲୋଡିଂ ବେଳର ସିସିଟିଭି ଫୁଟେଜ୍‌ରୁ ମିଳିବ ଲୁହାପଥର ଗୁଣ୍ଡର ଚିତ୍ର

Aug 26, 2026 - 06:07
Ocean Winner: ‘ଓସେନ୍ ଵିନର’ ବୁଡ଼ି ପଛରେ କେଁ: ଲୋଡିଂ ବେଳର ସିସିଟିଭି ଫୁଟେଜ୍‌ରୁ ମିଳିବ ଲୁହାପଥର ଗୁଣ୍ଡର ଚିତ୍ର

"ଜଗତସିଂହପୁର: ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ୍‌ ଅଭିମୁଖେ ଯାଉଥିବା ଜାହାଜ "ଓସେନ୍ ଵିନର" ଗଭୀର ସମୁଦ୍ରରେ ବୁଡ଼ିଯିବା ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ପାଉନାହାନ୍ତି କୋଷ୍ଟଗାର୍ଡ ଓ ନୌସେନାର ଉଦ୍ଧାରକାରୀ ଦଳ।

କେତେ ସମୟ ହେଲା ଉଦ୍ଧାର କାର୍ଯ୍ୟ ଚାଲିଛି, କ"ଣ ପଦକ୍ଷେପ ଗ୍ରହଣ କରାଯାଇଛି, କେତେ ପରିମାଣର ସାମଗ୍ରୀ ନେଉଥିଲା, ଯେଉଁ ସାମଗ୍ରୀ ଲୋଡିଂ ହୋଇଥିଲା ତାହା ଠିକ୍ ଥିଲା କି ନାହିଁ, ସିସିଟିଭି ଫୁଟେଜ୍‌ର ଚିତ୍ର ସ୍ପଷ୍ଟ ରହିଛି କି ନାହିଁ, ଶେଷ ଲୋକେସନ୍ ଦେଖାଉଥିବା ସ୍ଥାନର କେତେ କିଲୋମିଟର ପରିଧିରୁ ଜାହାଜ ଉଭାନ୍ ହୋଇଗଲା?

ଏ ନେଇ ଦିଲ୍ଲୀଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ କେହି ସ୍ପଷ୍ଟ ବିବରଣୀ କିମ୍ବା ପ୍ରେସ୍ ବିଜ୍ଞପ୍ତି ଦେଉ ନ ଥିବାରୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ସମ୍ଭାବ୍ୟ କାରଣ ମଧ୍ୟରୁ ଗୋଟିଏ ହେଲା ଲୁହାପଥର ଗୁଣ୍ଡରେ ଜଳକଣିକାର ପରିମାଣ ଅଧିକ ହୋଇଥାଇପାରେ ବୋଲି ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ କହିଛନ୍ତି।

ଏହାଫଳରେ ସମୁଦ୍ରରେ ଯିବା ସମୟରେ ପରସ୍ପର ସହିତ ଘାଣ୍ଟି ହୋଇ ଏହା ଅଧିକ କାଦୁଅଯୁକ୍ତ ହୋଇ ଗୋଟିଏ ଦିଗକୁ ଢଳିଯାଇଥିବାରୁ ଦୁର୍ଘଟଣା ଘଟିଥାଇପାରେ।

ସେହିପରି ଅନ୍ୟ ସମ୍ଭାବ୍ୟ କାରଣ ହେଉଛି ଜାହାଜର କ୍ଷମତା ୭୨ ହଜାର ୯୨୮ ହଜାର ମେଟ୍ରିକ୍‌ ଟନ୍।

ତେଣୁ ଲୁହାପଥର ଗୁଣ୍ଡ ୭୨ ହଜାର ୧୦୦ ମେଟ୍ରିକ ଟନ୍ ଲୋଡ୍ ହୋଇଥିବା କୁହାଯାଉଛି।

କ୍ଷମତା ତୁଳନାରେ ଏହା ଅଧିକ।

କାରଣ ଜାହାଜରେ ତେଲ, ପିଇବା ପାଇଁ ମଧୁର ଜଳ, ଖାଦ୍ୟ ଓ ଅନ୍ୟ ଷ୍ଟୋରେଜ୍, ଲୋକ ଆଦି ରହିଥାନ୍ତି।

ତେଣୁ ଅଧିକ ଓଜନ ହୋଇଯିବା ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ ହୋଇପାରେ।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଵାଲ ପାରାଦୀପ ଗସ୍ତ ସାରି ଫେରିବାର (ଅଗଷ୍ଟ ୨୧) ମାତ୍ର ୬ ଘଣ୍ଟା ଭିତରେ ଏହି ଦୁର୍ଘଟଣା ଘଟିଥିଲା।

ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏଯାଏଁ ତଥ୍ୟ ସମ୍ବଳିତ କୌଣସି ସ୍ପଷ୍ଟ ଚିତ୍ର ବିଭାଗ ଦ୍ବାରା ଜାରି କରା ନ ଯିବା ଚର୍ଚ୍ଚାର ବିଷୟ ହୋଇଛି।

ଉଦ୍ଧାର କାର୍ଯ୍ୟରେ କୋଷ୍ଟଗାର୍ଡର ଦୁଇଟି ଜାହାଜ ନିୟୋଜିତ ଥିବା ବେଳେ ବିମାନର ମଧ୍ୟ ସାହାଯ୍ୟ ନିଆଯାଇଛି।

ଆଜି ଚୀନର ଦୁଇଟି ଜାହାଜ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)