Ocean Winner Ship Mystery ଖୋଲିପାରୁନି ‘ଓସେନ୍ ୱିନର’ଜାହଜର ଡୁବିବା ଘଟଣାର ରହସ୍ୟ

Aug 24, 2026 - 17:02
Ocean Winner Ship Mystery ଖୋଲିପାରୁନି ‘ଓସେନ୍ ୱିନର’ଜାହଜର ଡୁବିବା ଘଟଣାର ରହସ୍ୟ

"ଜଗତସିଂହପୁର (ଶୁଭକାନ୍ତ ପଢ଼ିହାରୀ): ପାରାଦୀପରୁ ଲୁହାପଥର ନେଇ ଚୀନ ଯାଉଥିବା ଜାହଜର ନାଁ ଥିଲା "ଓସେନ୍ ୱିନର" ଅର୍ଥାତ୍ ସମୁଦ୍ର ବିଜେତା।

ପ୍ରାୟ ୨୪୦ ନଟିକାଲ୍ ମାଇଲ(୪୪୪ କି.ମି.) ଯାତ୍ରା କରିବା ପରେ ଏହି "ଓସେନ୍ ୱିନର" ଜାହଜ ଆଣ୍ଡାମାନ ନିକଟରେ ଗଭୀର ସମୁଦ୍ରରେ ବୁଡ଼ି ଯାଇଥିଲା।

ସବୁଠାରୁ ବଡ଼ କଥା ହେଲା ପ୍ରାୟ ୪୦ ଘଣ୍ଟାରୁ ଅଧିକ ସମୟ ହେଲା ଜାହଜର ପତ୍ତା ମିଳୁ ନାହିଁ।

ଉଦ୍ଧାର କାର୍ଯ୍ୟରେ କୋଷ୍ଟଗାର୍ଡ ୩ ଜାହଜ, ନୌସେନା ବିମାନ ଲାଗିଥିବା ବେଳେ ଏଯାଏଁ ସନ୍ଧାନ ମିଳିପାରି ନାହିଁ।

ଜାହଜରେ ଅତ୍ୟାଧୁନିକ ବ୍ୟବସ୍ଥା ଥାଇ ମଧ୍ୟ କେମିତି ସୂଚନା ମିଳିପାରିଲା ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ଯାନ୍ତ୍ରିକ ତ୍ରୁଟି ନା ଦୁର୍ଘଟଣା ନା ମନୁଷ୍ୟକୃତ ତାହା ଏବେ ଆଲୋଚନାର ବିଷୟ ପାଲଟିଛି।Advertisment Ocean Winner: "ଓସେନ୍ ଵିନର"ର ପତ୍ତା ମିଳୁନି: କୋଷ୍ଟଗାର୍ଡର ୩ ଜାହାଜ, ନୌସେନା ବିମାନ ନିୟୋଜିତ ମିଳିଥିବା ସୂଚନା ଅନୁସାରେ, ୧୯୯୮ରେ ଜାହଜ ନିର୍ମାଣ ହୋଇଥିଲା।

ଏହା ୨୨୫ ମିଟର ଲମ୍ବ ହୋଇଥିବା ବେଳେ ଚଉଡ଼ା ଥିଲା ୩୨ ମିଟର।

ଜାହଜର କ୍ଷମତା ୭୩.୭୩୬ ମେଟ୍ରିକ ଟନ୍ ହୋଇଥିବା ବେଳେ ୭୨.୧୦୦ ମେଟ୍ରିକ ଟନ୍ ଲୁହାପଥର ବୋଝେଇ କରି ୨୦ ତାରିଖ ରାତି ସାଢ଼େ ୧୦ଟାରେ ଯାତ୍ରା ଆରମ୍ଭ କରିଥିଲା।

ବିଶେଷଜ୍ଞଙ୍କ କହିବା ଅନୁସାରେ, ସିଗନାଲ୍ ହଠାତ୍ ବନ୍ଦ ହୋଇଯିବା ପରେ ବୈଷୟିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥାଇ ପାରେ।

କିମ୍ବା କୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ନ ପାରି ଦୁର୍ଘଟଣା ହୋଇଥାଇ ପାରେ କିମ୍ବା ଲୁହାପଥର ପରିବହନ ପାଇଁ ଯେତିକି ଜଳକଣିକା ଆବଶ୍ୟକ ତା ଠାରୁ ଅଧିକ ପରିମାଣର ରହି ଓଜନିଆ ହୋଇ ଯାଇଥିବା କାରଣକୁ ଏଡ଼ାଇ ଦିଆଯାଇ ନ ପାରେ।

Ocean Winner: ମଝି ଦରିଆରୁ "ଓସେନ୍‌ ୱିନର୍‌" ନିଖୋଜ: ୨୦ ତାରିଖ ରାତିରେ ଛାଡ଼ିଥିଲା ପାରାଦୀପ ବନ୍ଦର ଜାହଜ ବୁଡ଼ିବା ଆରମ୍ଭ ହେବା ମାତ୍ରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଭିଏଚଏଫ୍, ସାଟେଲାଇଟ୍ ଯୋଗେ ମେ ଡେ" କଲ୍ ସମ୍ପୃକ୍ତ କମ୍ପାନି କିମ୍ବା ସମ୍ପୃକ୍ତ ପତାକା ଥିବା ଦେଶକୁ ବାର୍ତ୍ତା ଯିବା କଥା।

ସେହିପରି ଲୋକେସନ୍ ସମ୍ପର୍କରେ ମଧ୍ୟ ସୂଚନା ଯିବା କଥା।

ସେହିପରି ଜରୁରୀ ପରିସ୍ଥିତିରେ ସାଇରନ୍ ଶବ୍ଦରେ ପାଖପାଖି ଜାହଜ ମଧ୍ୟ ସୂଚନା ପାଇଯାଇ ପାରିବେ।

କିନ୍ତୁ ଜରୁରୀ ସୂଚନା ସମ୍ପୃକ୍ତ ଜାହଜ କମ୍ପାନି କିମ୍ବା ପାନାମାକୁ ପହଞ୍ଚି ଥିଲା କି ନାହିଁ ତାହା ଜଣାପଡ଼ି ନାହିଁ।

Ocean Winner: ମଝି ଦରିଆରୁ "ଓସେନ୍‌ ୱିନର୍‌" ନିଖୋଜ: ୨୦ ତାରିଖ ରାତିରେ ଛାଡ଼ିଥିଲା ପାରାଦୀପ ବନ୍ଦର ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହାର ତଦନ୍ତ ଏକ ଲମ୍ବା ପ୍ରକ୍ରିୟା।

ପ୍ରଥମେ ଜାହଜର ସନ୍ଧାନ ମିଳିବା ପରେ ଯାଇ ତଦନ୍ତ ଆରମ୍ଭ ହୋଇପାରିବ।

ଯେଉଁ ଦେଶରୁ ମାଲବାହୀ ଜାହଜ ଆସିଥିଲା ସେଠାରୁ ଆରମ୍ଭ କରି ପାରାଦୀପରେ ଲୁହାପଥର ଗୁଣ୍ଡ ବୋଝେଇ କରିବା, ଏଠାରୁ ଜାହଜ ଯାତ୍ରା ଆରମ୍ଭ କରିବା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସଂସ୍ଥାମାନଙ୍କୁ ପଚରାଉଚରା କରାଯିବା, ବୁଡ଼ିବା ପୂର୍ବରୁ ସାଟେଲାଇଟ୍ ସୂଚନା ମିଳିଥିଲା କି ନାହିଁ ସେ ସମ୍ପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

ଉଦ୍ଧାର ଦୁଇ ଜଣଙ୍କ ବୟାନ ଏବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। "ଓସେନ୍ ୱିନର" ଜାହଜ ଆବୁଧାବିର ରୁଵାଇସ୍ ବନ୍ଦରରୁ ପ୍ରାୟ ୭୦ ହଜାର ମେଟ୍ରିକ ଟନ୍ ସଲଫର ଧରି ଅଗଷ୍ଟ ୧୫ରେ ପହଞ୍ଚିଥିଲା।

ଏଠାରୁ ପ୍ରାୟ ୭୨ ହଜାର ମେଟ୍ରିକ ଟନ୍ ଲୁହାପଥର ଧରି ୨୦ ତାରିଖ ରାତିରେ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)