14 JUNE 2026

Welcome!

Unlock your personalized experience.
Sign Up

Obituary: ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

Jun 12, 2026 - 11:04
Obituary: ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ରାୟଗଡା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମସ୍‌କୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର  ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ରାମମୂର୍ତ୍ତି ଗମାଙ୍ଗ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକଟରୁ ଗୁଣପୁର ନିର୍ବାଚନମଣ୍ଡଳରୁ ବିଧାୟକ ହୋଇଥିଲେI କିନ୍ତୁ ୨୦୦୦ ମସିହା ନିର୍ବାଚନରେ ରାମମୂର୍ତ୍ତି ବିଜେପିରେ ଯୋଗଦାନ କରି ବିଜେଡି- ବିଜେପି ମେଣ୍ଟ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ଥିଲେ। ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ଶେଷ ବିଧାୟକ ଯିଏକି ବି ଜେ ପି ଦଳରୁ ପ୍ରାର୍ଥୀ ହୋଇ ଗୁଣପୁରରୁ ନିର୍ବାଚିତ ହୋଇଥିଲେI ତାଙ୍କୁ  ଛାଡିଦେଲେ  ଆଉ କେହି ବିଜେପିରୁ  ନିର୍ବାଚନ ଜିତି ପାରିନାହାନ୍ତିI

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ହତ୍ୟା ମାମଲା: ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ରାମମୂର୍ତ୍ତି ବ୍ୟାଙ୍କ ଚାକିରି ଛାଡ଼ି ବିଜୁ ପଟ୍ଟନାୟକଙ୍କ ବିଚାରଧାରାରେ ଉଦବୁଦ୍ଧ ହୋଇ ରାଜନୀତିକୁ ଆସିଥିଲେI ସେ ବିଧାୟକ ଥିବା ସମୟରେ ଗୁଣପୁର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଥିଲା ଯାହାକୁ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେI ତାଙ୍କ ସମୟରେ ଗୁର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନୟନ କାର୍ଯ୍ୟ ସମାପନ ହୋଇଥିଲା I କିନ୍ତୁ ପରବର୍ତୀ ସମୟରେ ତାଙ୍କ  ବିରୋଧରେ ପତ୍ନୀ ହତ୍ୟା ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇଥିଲେ Iପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।