Nvidia: ଚୀନ ଗୁପ୍ତଚରଙ୍କ ସହ ଏନ୍‌ଭିଡିଆ ସିଇଓଙ୍କ ସମ୍ପର୍କ, ତଦନ୍ତ ଆରମ୍ଭ କଲା କମ୍ପାନି

Nov 09, 2026 - 14:26
Nvidia: ଚୀନ ଗୁପ୍ତଚରଙ୍କ ସହ ଏନ୍‌ଭିଡିଆ ସିଇଓଙ୍କ ସମ୍ପର୍କ, ତଦନ୍ତ ଆରମ୍ଭ କଲା କମ୍ପାନି

ନ୍ୟୁୟର୍କ: ବିଶ୍ୱର ପ୍ରମୁଖ ଚିପ୍ ନିର୍ମାତା କମ୍ପାନି ଏନ୍‌ଭିଡିଆ ର ସିଇଓ ତଥା ସହପ୍ରତିଷ୍ଠାତା ଜେନସେନ୍ ହୁଆଙ୍ଗଙ୍କ ବିରୋଧରେ କମ୍ପାନି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଚୀନ୍‌ର ଗୁପ୍ତଚର ସଂସ୍ଥା ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଥିବା ଜଣେ ମହିଳା ବ୍ୟବସାୟୀଙ୍କ ସହ ହୁଆଙ୍ଗଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏହି ତଦନ୍ତ ହେଉଛି।

ଏହାଦ୍ୱାରା ଆମେରିକାର ଜାତୀୟ ସୁରକ୍ଷା ଏବଂ କମ୍ପାନିର ଗୋପନୀୟ ବ୍ୟବସାୟିକ ତଥ୍ୟ ବିପଦରେ ପଡ଼ିଛି କି ନାହିଁ, ତାହା ଯାଞ୍ଚ କରାଯିବ।

ଏହି ମହିଳାଙ୍କ ନାମ ଆଲିସ୍ ହୁଆଙ୍ଗ।

ସେ ଚୀନ୍‌ର ଜଣେ ବ୍ୟବସାୟୀ ଏବଂ ସିଙ୍ଗାପୁର ର ଡାଟା ସେଣ୍ଟର କମ୍ପାନି ମେଗାସ୍ପିଡ୍‌ ସହ ତାଙ୍କର ସମ୍ପୃକ୍ତି ରହିଛି।

Advertisment ଏଯାଏଁ ପ୍ରମାଣିତ ହୋଇନାହିଁ ଅଭିଯୋଗ ଆମେରିକାର ଗୁପ୍ତଚର ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ସେ ଚୀନ୍‌ର ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିଲେ ଏବଂ ଜେନସେନ୍ ହୁଆଙ୍ଗଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲେ।

ତେବେ ଏହି ଅଭିଯୋଗ ଏଯାଏଁ ପ୍ରମାଣିତ ହୋଇନାହିଁ।

ଆମେରିକାର ଖବରକାଗଜ 'ଦି ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁସାରେ, ଆଲିସ୍ ହୁଆଙ୍ଗ ଚୀନ୍‌ର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରଣାଳୟ ( ଏମ୍‌ଏସ୍‌ଏସ୍‌ ) ସହ ଜଡ଼ିତ ଥିବା ଆମେରିକୀୟ ଗୁପ୍ତଚର ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି।

ସେ ଏନ୍‌ଭିଡିଆର ବ୍ୟବସାୟିକ ଯୋଜନା, କମ୍ପାନିର ନୀତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଆମେରିକାର ରଣନୀତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଥିବା ଆଶଙ୍କା କରାଯାଉଛି।

ଏହି ଘଟଣା ପରେ ଏନ୍‌ଭିଡିଆର ବୋର୍ଡ ପକ୍ଷରୁ ଏକ ସ୍ୱାଧୀନ ତଦନ୍ତ ଘୋଷଣା କରାଯାଇଛି।

ଏଯାଏଁ ମିଳିନାହିଁ ପ୍ରମାଣ କମ୍ପାନି କହିଛି ଯେ, ବିଦେଶୀ ଗୁପ୍ତଚର ସଂସ୍ଥା ପକ୍ଷରୁ ଏହାର ସିଇଓଙ୍କୁ ଟାର୍ଗେଟ୍ କରାଯାଇଥିବା ଖବର ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଛି।

ତେବେ ଏହି ଘଟଣାରେ ଆମେରିକାର ଜାତୀୟ ସୁରକ୍ଷା କିମ୍ବା ଏନ୍‌ଭିଡିଆର ଗୋପନୀୟ ତଥ୍ୟ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇଥିବାର ପ୍ରମାଣ ଏଯାଏଁ ମିଳିନାହିଁ ବୋଲି କମ୍ପାନି କହିଛି।

ଅନ୍ୟପକ୍ଷରେ, ଜେନସେନ୍ ହୁଆଙ୍ଗ ନିଜେ କମ୍ପାନିର କର୍ମଚାରୀମାନଙ୍କୁ ପଠାଇଥିବା ଏକ ବାର୍ତ୍ତାରେ ନିଜ ପତ୍ନୀଙ୍କ ପ୍ରତି ଅବିଶ୍ୱସ୍ତ ରହିଥିବା ସ୍ୱୀକାର କରିଛନ୍ତି।

ଏଥିପାଇଁ ସେ ନିଜ ପତ୍ନୀ, ପରିବାର ଏବଂ କମ୍ପାନିର କର୍ମଚାରୀଙ୍କୁ କ୍ଷମା ମାଗିଛନ୍ତି।

ତେବେ ଆଲିସ୍ ହୁଆଙ୍ଗଙ୍କ ସହ ତାଙ୍କର ସମ୍ପର୍କ ମେଗାସ୍ପିଡ୍‌ର ବ୍ୟବସାୟିକ କାରବାର ସହ ଜଡ଼ିତ ଥିଲା ବୋଲି ସେ କହିଛନ୍ତି।

କାହିଁକି ଜମା ହୋଇ ରହୁଛି ପ୍ରଦୂଷଣ?

ଏହି ଘଟଣା ଏନ୍‌ଭିଡିଆ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି।

ଆମେରିକା ଓ ଚୀନ୍‌ ମଧ୍ୟରେ ଏଆଇ ଏବଂ ଉନ୍ନତ ଚିପ୍‌ ପ୍ରଯୁକ୍ତିକୁ ନେଇ ପ୍ରତିଯୋଗିତା ଚାଲିଥିବା ବେଳେ ଏନ୍‌ଭିଡିଆର ଚିପ୍‌ ଚୀନ୍‌କୁ ରପ୍ତାନି ଉପରେ ଆମେରିକା କଟକଣା ଲଗାଇଛି।

ମେଗାସ୍ପିଡ୍‌ ଜରିଆରେ ଉନ୍ନତ ଏଆଇ ଚିପ୍‌ ଚୀନ୍‌କୁ ପଠାଯାଇଥିବା ସନ୍ଦେହ ମଧ୍ୟ ରହିଛି।

ତେଣୁ ଏହି ସମ୍ପର୍କରୁ କମ୍ପାନିର ବ୍ୟବସାୟିକ ତଥ୍ୟ କିମ୍ବା ଆମେରିକାର ନୀତି ସମ୍ପର୍କିତ ସୂଚନା ଲିକ୍ ହୋଇଛି କି ନାହିଁ, ତାହା ଏବେ ତଦନ୍ତର ମୁଖ୍ୟ ବିଷୟ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)