NTA: ଏନ୍ଟିଏରେ ବଡ଼ ପରିବର୍ତ୍ତନ, ୪୭ ଅଧିକାରୀ ବରଖାସ୍ତ
"ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିବାଦ ଜାରି ରହିଥିବାବେଳେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନ୍ଟିଏ)ର ୪୭ ଜଣଙ୍କୁ ବରଖାସ୍ତ କରିଛନ୍ତି | ସେହିପରି ସରକାର ଆସନ୍ତା ମାସରେ ଏନ୍ଟିଏରେ ଢାଞ୍ଚାଗତ ସଂସ୍କାର ଆଣିବେ ଏବଂ ଏନ୍ଟିଏ ଗଠନ ହେବା ପରଠାରୁ ଏହା ସବୁଠାରୁ ବଡ଼ ପରିବର୍ତ୍ତନ ହେବ।
ଏନ୍ଟିଏ ଦେଶରେ ନିଟ୍, ଜେଇଇ ମେନ୍ ଓ ସିୟୁଇଟି ସମେତ ପ୍ରାୟ ୧୫ରୁ ୨୦ ଜାତୀୟସ୍ତରୀୟ ପରୀକ୍ଷା ପରିଚାଳନା କରୁଛି।Advertisment ଆହୁରି ପଢନ୍ତୁ: Bahuda Yatra 2026: ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ଼, ହେଲା ପହଣ୍ଡି ବିଜେ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ୪୭ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରସ୍ତାବିତ ପରିବର୍ତ୍ତନ ପ୍ରକ୍ରିୟାରେ ପୂରା ସଂସ୍ଥାର ପୁନର୍ଗଠନ କରାଯିବ।
ଏଥିରେ କେବଳ ଅଳ୍ପ କିଛି ଅଧିକାରୀଙ୍କୁ ବହିଷ୍କାର କରାଯିବା ଉପରେ କାର୍ଯ୍ୟ ସୀମିତ ରହିବନି।
ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାଗୁଡ଼ିକର ଅଖଣ୍ଡତା ଓ ସୁରକ୍ଷା ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା କରିଛନ୍ତି।
ଆହୁରି ପଢନ୍ତୁ: Young India Parliament 2026 ଯୁବ ଭାରତ ସଂସଦ- ୨୦୨୬ର ଉଦ୍ଘାଟନ କଲେ ରାଜ୍ୟପାଳ ଏନ୍ଟିଏ କିପରି ଆଉଟ୍ସୋର୍ସିଂ କରୁଛି, ସେହି ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯିବ।
ଏକ୍ସପର୍ଟ କମିଟିର ସୁପାରିସ୍ ଆଧାରରେ ଏହି ସମସ୍ତ ପରିବର୍ତ୍ତନ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।