Notice Sent to V.K. Pandian Over Missing CMO Files: CMOରୁ ଫାଇଲ୍ ଗାୟବ ମାମଲା; ଭିକେ ପାଣ୍ଡିଆନ୍ଙ୍କୁ ନୋଟିସ୍
CMOରୁ ଫାଇଲ୍ ଚୋରି ମାମଲାରେ ପୂର୍ବତନ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କୁ ନୋଟିସ୍ ଜାରି ହୋଇଛି । ପାଣ୍ଡିଆନ୍ଙ୍କୁ କ୍ୟାପିଟାଲ୍ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍ ହୋଇଛି । ସେ ଜୁଲାଇ ୨୫ ତାରିଖ ଦିନ ୧୧ଟାରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ସେହି ନୋଟିସରେ କୁହାଯାଇଛି ଯେ,ଏସିପି ଜୋନ୍-୧ଙ୍କ ପାଖରେ ହାଜର ହୁଅ । ପୂର୍ବରୁ କ୍ୟାପିଟାଲ ଥାନା ୨ ପୂର୍ବତନ ଅଧିକାରୀଙ୍କୁ ନୋଟିସ୍ କରିଥିଲା ।
ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଥାନାରେ ହାଜର ହୋଇଥିଲା ବେଳେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ହାଜର ହୋଇନାହାନ୍ତି । ଆଜି ସକାଳ ୧୧ଟା ସୁଦ୍ଧା ରାଜେଶ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା । ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ନିଆଁ ମାମଲାରେ ଗଠିତ ତଦନ୍ତ କମିଶନର ରିପୋର୍ଟ ବର୍ତ୍ତମାନ ମିଳୁନଥିବାରୁ ଥାନାରେ ଏତଲା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହିଁ ଏହି ଫାଇଲ୍ ଗାୟବ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।