Not all bodies: ସବୁ ଶରୀର ଲୋଡ଼େନି ଅତିରିକ୍ତ ଭିଟାମିନ୍
"ଏବେ ଅନେକ କମ୍ପାନି କହୁଛନ୍ତି ଯେ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ଭିଟାମିନ୍ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ।
ତେବେ ସତରେ କ"ଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆମେ ଭିଟାମିନ୍ ଆବଶ୍ୟକ କରୁ?Advertisment Pakistan: ଲାହୋରରେ ଟ୍ୟୁସନ୍ ସେଣ୍ଟରର ଛାତ ଭୁଶୁଡ଼ି ୧୪ ପିଲାଙ୍କ ମୃତ୍ୟୁ, ୫ ଆହତ ଏମିତି ଦେଖିଲେ ରୋଗ ପ୍ରତିରୋଧକ ବ୍ୟବସ୍ଥା ଅତି ଜଟିଳ।
ଏହା ଅସଂଖ୍ୟ ଜୀବକୋଷ, ପୁଷ୍ଟିସାର ଓ ଇନ୍ଦ୍ରିୟଗୁଡ଼ିକର ଏକ ବିଶାଳ ନେଟ୍ୱର୍କ।
ଶରୀର ଓ ସଂକ୍ରମଣ ମଧ୍ୟରେ ଏହା ହିଁ ହେଉଛି ଶେଷ ସୀମାରେଖା।
ଏତେ ଗୁରୁତ୍ବ ଥିବାରୁ ସମସ୍ତେ ଏହି ବ୍ୟବସ୍ଥାକୁ ନିରାପଦ ରଖିବାକୁ ଚାହାନ୍ତି।
ତେବେ ଏହାକୁ କିଭଳି ନିରାପଦ ରଖାଯାଇ ପାରିବ?
ସେଥିପାଇଁ ଏବେ ବିଭିନ୍ନ କମ୍ପାନି ବିଭିନ୍ନ ଧରଣର ସପ୍ଲିମେଣ୍ଟ୍ ବା ଅତିରିକ୍ତ ଭିଟାମିନ୍ ଓ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।
ସେସବୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି ସର୍ବୋତ୍ତମ ବୋଲି ସେମାନେ ଦାବି ମଧ୍ୟ କରୁଛନ୍ତି।ଆଜିକାଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଭିଟାମିନ୍ ଏକ ପ୍ରକାର ବିଭ୍ରାନ୍ତିକର ଧାରଣା।
କାରଣ ରୋଗ ପ୍ରତିରୋଧକ ଶକ୍ତି ସହାୟତା ଲୋଡ଼େ ନାହିଁ।
ଏହା ଦୃଢ଼ ଭାବେ ତିଆରି ହୋଇଛି।
ଜଣେ ସ୍ବାସ୍ଥ୍ୟକର ଜୀବନଯାପନ କଲେ ଶରୀରର ରୋଗ ପ୍ରତିେରାଧକ ବ୍ୟବସ୍ଥା ଆପେ ଆପେ ଠିକ୍ ଚାଲିଥାଏ।
ଶରୀରରେ ରୋଗ ପ୍ରତିରୋଧକ ବା ସେହିଭଳି ଜୀବକୋଷ ସଂଖ୍ୟା ବୃଦ୍ଧି କରାଯିବା ଆଦୌ ଭଲ କଥା ନୁହେଁ।
ଏଥିରେ ଅପକାର କରିବାର ଆଶଙ୍କା ରହିଛି ବୋଲି କେତେକ ବିଶେଷଜ୍ଞ କହନ୍ତି।
The real-world Batman: କିମାଶ୍ଚର୍ଯ୍ୟମ୍: ଅସଲ ଦୁନିଆର ବ୍ୟାଟ୍ମ୍ୟାନ୍ "ଦି ଲଜିକ୍ ଅଫ୍ ଇମ୍ୟୁନିଟି" ପୁସ୍ତକର ଲେଖକ ଡାକ୍ତର ବବି ସେରଲ୍ କହନ୍ତି, ଯେ କୌଣସି ପରିସ୍ଥିତିରେ ରୋଗ ପ୍ରତିରୋଧକ ବ୍ୟବସ୍ଥା ନିଜେ ନିଜର ଯତ୍ନ ନେବା ପାଇଁ ସମର୍ଥ।
ଯେ ପର୍ଯ୍ୟନ୍ତ ଆମେ ସୁସ୍ଥ ଜୀବନଚର୍ଯ୍ୟା ପାଳନ କରୁଛେ, ସେ ପର୍ଯ୍ୟନ୍ତ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ କିଛି ବି କରିବା ଅନାବଶ୍ୟକ।
ସୁସ୍ଥ ଜୀବନଯାପନ ଅର୍ଥ ସ୍ବାସ୍ଥ୍ୟକର ଭୋଜନ, ଉପଯୁକ୍ତ ପରିମାଣର ନିଦ ଓ ବ୍ୟାୟାମ।
ତା"ଛଡ଼ା ଧୂମପାନ ଓ ମାତ୍ରାଧିକ ନିଶା ଭଳି ଅନିଷ୍ଟକାରୀ ବଦଭ୍ୟାସ ବର୍ଜନ କରିବା ଉଚିତ।ସୁସ୍ଥ ଜୀବନଯାପନରୁ ବିଚ୍ୟୁତ ହେଲେ ରୋଗ ପ୍ରତିେରାଧକ ବ୍ୟବସ୍ଥା ଦୁର୍ବଳ ହୁଏ, ହେଲେ ହଠାତ୍ ନୁହେଁ।
ଜୀବନଯାପନ ଅବସ୍ଥା ଅତି ନିମ୍ନ ସ୍ତରର ହେଲେ ଧୀରେ ଧୀରେ ଶରୀରରେ ରୋଗ ପ୍ରବେଶ କରେ।
ସେହିପରି ଅତି ନିକୃଷ୍ଟ ଖାଦ୍ୟ ଖାଇଲେ ରୋଗ ପ୍ରତିେରାଧକ ଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼େ।
ସ୍ବାସ୍ଥ୍ୟକର ଆହାର ଖାଉଥିବା ଲୋକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତିରିକ୍ତ ଭିଟାମିନ୍ ବା ସପ୍ଲିମେଣ୍ଟ୍ ଖାଇଲେ ବାସ୍ତବରେ କୌଣସି କ୍ଷତି ହୁଏ ନାହିଁ।
ଅର୍ଥାତ୍ ଏହାର ପ୍ରଭାବ ହିଁ ନ ଥାଏ।
ସୁସ୍ଥ ବ୍ୟକ୍ତି ଅତିରିକ୍ତ ଭିଟାମିନ୍ ସପ୍ଲିମେଣ୍ଟ୍ ଗ୍ରହଣ କଲେ ସେ ସବୁ ଶରୀର ଦେଇ ପରିସ୍ରାରେ ବାହାରିଯାଏ।
କିନ୍ତୁ କେବଳ ପାଣିରେ ଦ୍ରବୀଭୂତ ହେଉଥିବା ଭିଟାମିନ୍ ହିଁ ପରିସ୍ରାରେ ବାହାରିଯାଏ।
ଭିଟାମିନ୍ ଏ, ଡି, ଇ ଓ କେ ଶରୀର ମଧ୍ୟ ଦେଇ ସିଧାସଳଖ ବାହାରି ପାରେ ନାହିଁ।
ଏହା ଶରୀର ମଧ୍ୟରେ ବିଷାକ୍ତ ଉପାଦାନ ହୋଇ ରହିଯାଏ।
ଯେମିତି ମାତ୍ରାଧିକ ଭିଟାମିନ୍-ଡି ଖାଇବା ଦ୍ବାରା ବାନ୍ତି ଓ ଦୁର୍ବଳ ଲାଗେ।
ତୁରନ୍ତ ଉପଚାର ନ କେଲ ହାଡ଼ ଓ କିଡ୍ନିରେ ଯନ୍ତ୍ରଣା ହୁଏ।ସବୁ ଲୋକ ସ୍ବାସ୍ଥ୍ୟକର ଜୀବନଯାପନ କରୁ ନାହାନ୍ତି।
ଅନେକଙ୍କ ଶରୀରରେ ପ୍ରମୁଖ ଭିଟାମିନ୍ର ଅଭାବ ରହୁଛି।
ତଥ୍ୟ ଅନୁସାରେ, ଏହି ସଂଖ୍ୟା ୨୦୦ କୋଟି ହେବ।
ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍ ନିହାତି ଦରକାର।"