Noel Tata: ଭୋଲଟାସ୍‌ ଅଧ୍ୟକ୍ଷ ପଦରୁ ଓହରିଲେ ନୋଏଲ ଟାଟା...

Jun 30, 2026 - 17:55
Noel Tata: ଭୋଲଟାସ୍‌ ଅଧ୍ୟକ୍ଷ ପଦରୁ ଓହରିଲେ ନୋଏଲ ଟାଟା...

"ନୂଆଦିଲ୍ଲୀ, ୩୦/୬: ଟ୍ରେଣ୍ଟ ଅଧ୍ୟକ୍ଷ ପଦରୁ ଓହରିବାର ସପ୍ତାହକ ପରେ ନୋଏଲ ଟାଟା ଭୋଲଟାସ୍‌ର ଅଧ୍ୟକ୍ଷ ପଦରୁ ମଧ୍ୟ ଓହରିବା ନେଇ ଆଜି ଘୋଷଣା କରିଛନ୍ତି।

ଭୋଲଟାସ୍‌ର ୭୨ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେବା ସମୟରେ ୬୯ ବର୍ଷୀୟ ନୋଏଲ ଅଂଶଧାରୀମାନଙ୍କୁ କହିଛନ୍ତି ଭୋଲଟାସ୍‌ର ଅଧ୍ୟକ୍ଷ ଭାବେ ଏହା ତାଙ୍କର ଶେଷ ବୈଠକ।Advertisment ଆହୁରି ପଢ଼ନ୍ତୁ- Lose Belly Fat: ପେଟର ଚର୍ବି ହ୍ରାସ ପାଇଁ ଜୀବନଶୈଳୀରେ ସାମିଲ କରନ୍ତୁ ଏହି ଛୋଟ ଅଭ୍ୟାସ କମ୍ପାନି ନୂଆ ପିଢ଼ିର ନେତୃତ୍ବ ବିକାଶ କରିସାରିଛି କମ୍ପାନି ନୂଆ ପିଢ଼ିର ନେତୃତ୍ବ ବିକାଶ କରିସାରିଛି ବୋଲି ସେ କହିଥିଲେ।

ବର୍ଷ ବର୍ଷ ଧରି କମ୍ପାନିକୁ ସହଯୋଗ କରିଆସିଥିବାରୁ ସେ ଏହି ଅବସରରେ ଅଂଶଧନଧାରୀ, କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କମ୍ପାନିର ସ୍ଥିତି ଓ ଅଭିବୃଦ୍ଧିକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ।

୨୦୦୩ ଜାନୁଆରି ୨୭ରେ ନୋଏଲ ଭୋଲଟାସ୍‌‌ ବୋର୍ଡରେ ଯୋଗ ଦେଇଥିଲେ।

୨୦୧୭ ସେପ୍ଟେମ୍ବର ପହିଲାରେ ସେ ଏହାର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହୋଇଥିଲେ।

ଗତ ୨୩ ତାରିଖରେ ଟ୍ରେଣ୍ଟର ବୈଠକରେ ଅଂଶଧାରୀମାନଙ୍କୁ ନୋଏଲ ଅଧ୍ୟକ୍ଷ ପଦରୁ ଓହରୁଥିବା ସଂପର୍କରେ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଟାଟା ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଥିବା ନୋଏଲ ଆସନ୍ତା ନଭେମ୍ବରରେ ୭୦ ବର୍ଷରେ ପଦାର୍ପଣ କରିବେ।

ଅଧିକ ଦେଖନ୍ତୁ- "