No Relief from Relentless Rains: ଆଜି ବି ବର୍ଷାରୁ ନାହିଁ ନିସ୍ତାର, ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ

Jul 29, 2026 - 11:51
No Relief from Relentless Rains: ଆଜି ବି ବର୍ଷାରୁ ନାହିଁ ନିସ୍ତାର, ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ

ବର୍ଷାରୁ ନିସ୍ତାର ନାହିଁ । ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ଉପକୂଳ ପାଇଁ ପାଣିପାଗ କେନ୍ଦ୍ର ଆଶ୍ବସ୍ତିକର ଖବର ଦେଇଥିବାବେଳେ ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ ଜାରି ହୋଇଛି ।

ଆଜି ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ଆଉ 7 ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତେବେ ଆସନ୍ତାକାଲି ପାଗରେ ସାମାନ୍ୟ ପରିବର୍ତ୍ତନ ଘଟି ବର୍ଷା କମିବାର ସମ୍ଭାବନା ରହିଥିଲେ ବି ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇପାରେ । ଏଥିପାଇଁ 15 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 

ଆଜି ପଶ୍ଚିମରେ ଛେଚିବ

ଆଜି ବି ବର୍ଷାରୁ ନିସ୍ତାର ନାହିଁ
ପଶ୍ଚିମ ଓଡ଼ିଶାକୁ ପ୍ରବଳ ବର୍ଷା ଚେତାବନୀ
ବରଗଡ଼ ଜିଲ୍ଲାକୁ ଅତିପ୍ରବଳ ବର୍ଷା ଚେତାବନୀ
ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି
7 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ୟେଲୋ ଆଲର୍ଟ
ଝାରସୁଗୁଡ଼ା, ସମ୍ବଲପୁର, ସୋନପୁରକୁ ୟେଲୋ ଆଲର୍ଟ
ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁରକୁ ୟେଲୋ ଆଲର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।