NLC India Apprentice Recruitment: ଏନଏଲସି ଇଣ୍ଡିଆରେ ଅପ୍ରେଣ୍ଟିନ୍ସ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
"ନୂଆଦିଲ୍ଲୀ: ଏନଏଲସି ଇଣ୍ଡିଆରେ ଅପ୍ରେଣ୍ଟିନ୍ସ ନିଯୁକ୍ତି ୨୦୨୬-୨୭ ବର୍ଷ ପାଇଁ ମୋଟ ୧,୨୩୫ଟି ଅପ୍ରେଣ୍ଟିସ୍ ପଦବି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ଜୁଲାଇ ୨୯ରୁ ଆରମ୍ଭ ହୋଇଥିବାବେଳେ ଆବେଦନ କରିବାର ଶେଷ ତାରିଖ ୨୦୨୬ ଅଗଷ୍ଟ ୧୧ (ସନ୍ଧ୍ୟା ୫:୦୦) ପର୍ଯ୍ୟନ୍ତ ସ୍ଥିର କରାଯାଇଛି।
Advertisment ଆବେଦନ ପାଇଁ ଆବଶ୍ୟକୀୟ ଯୋଗ୍ୟତା ଯେଉଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ଆଇଟିଆଇ , ଇଞ୍ଜିନିୟରିଂ କିମ୍ବା ପ୍ରଯୁକ୍ତିବିଦ୍ୟାରେ ସ୍ନାତକ ଡିଗ୍ରି, ନନ୍-ଇଞ୍ଜିନିୟରିଂ ସ୍ନାତକ ଡିଗ୍ରି, ଟେକ୍ନିକାଲରେ ଡିପ୍ଲୋମା କରିଥିବେ ସେମାନଙ୍କୁ ଆବେଦନର ସୁଯୋଗ ମିଳିବ।
ଚାକିରି ନାମରେ ବଢ଼ୁଛି ଠକେଇ, ସତର୍କ କଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଘରୁ କିପରି ଆବେଦନ କରିବେ ଏନଏଲସି ଇଣ୍ଡିଆରେ ଅପ୍ରେଣ୍ଟିନ୍ସ ନିଯୁକ୍ତି ପାଇଁ ଆବେଦନ ଏବେ ଖୋଲା ଅଛି।
ପ୍ରାର୍ଥୀମାନେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ନିଜ ଘରେ ବସି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ: ଆବେଦନ କରିବାକୁ, ପ୍ରଥମେ ଅଫିସିଆଲ୍ ୱେବସାଇଟ୍: www.nlcindia.inକୁ ଯାଇ ୱେବସାଇଟର ହୋମପେଜ୍ରେ 'କ୍ୟାରିଅର୍' ବିଭାଗରେ କ୍ଲିକ୍ କରନ୍ତୁ।
ପରେ, ପ୍ରାସଙ୍ଗିକ ବର୍ଗ (ଟ୍ରେଡ୍/ସ୍ନାତକ/ଟେକ୍ନିସିଆନ୍ ଅପ୍ରେଣ୍ଟିନ୍ସ ) ଚୟନ କରନ୍ତୁ ଏବଂ ସମସ୍ତ ଆବଶ୍ୟକୀୟ ବିବରଣୀ ସତର୍କତାର ସହିତ ପ୍ରବେଶ କରନ୍ତୁ।
ଏବେ, ଡକ୍ୟୁମେଣ୍ଟଗୁଡ଼ିକର ସ୍କାନ କପିଗୁଡ଼ିକୁ ଅପଲୋଡ୍ କରନ୍ତୁ।
ଫର୍ମ ପୂରଣ କରିବା ପରେ, ଏହାର ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ସାଇତି ରଖନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।