Nitish will be the Deputy Prime Minister: ଉପ-ପ୍ରଧାନମନ୍ତ୍ରୀ ହେବେ ନୀତୀଶ କୁମାର !
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ପୁନର୍ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଚଳିତ ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହି ବଡ଼ ଅଦଳବଦଳ ହେବା ନେଇ ଜୋର୍ଦାର ପ୍ରସ୍ତୁତି ଚାଲିଛି।
ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କିମ୍ବା ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଚର୍ଚ୍ଚା ହେଉଛି ଯେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଶର ଅଷ୍ଟମ ଉପ-ପ୍ରଧାନମନ୍ତ୍ରୀ ହେବେ।
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ବଦଳରେ ବିଜେପି ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ ହେବାର ଅଫର ଦେଇଥିବା ନେଇ କୁହାଯାଉଛି।Advertisment "