Nitish Kaushal arrested: ଏଫ୍‌ବିଆଇର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସ୍ଥାନ ପାଇବାର କିଛି ଦିନ ପରେ ଗିରଫ ହେଲା ନୀତିଶ କୌଶଲ

Jul 17, 2026 - 20:52
Nitish Kaushal arrested: ଏଫ୍‌ବିଆଇର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସ୍ଥାନ ପାଇବାର କିଛି ଦିନ ପରେ ଗିରଫ ହେଲା ନୀତିଶ କୌଶଲ

"ୱାସିଂଟନ: ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ (ଏଫ୍‌ବିଆଇ)ର "ମୋଷ୍ଟ ୱାଣ୍ଟେଡ୍" ତାଲିକାରେ ସ୍ଥାନ ପାଇବାର ମାତ୍ର କିଛି ଦିନ ପରେ ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ନୀତିଶ କୌଶଲ ଓରଫ୍‌ "ଲାଲା"କୁ ଗିରଫ କରାଯାଇଛି।

ଏଫ୍‌ବିଆଇ ଗୁରୁବାର ଭର୍ମଣ୍ଟରେ ତାକୁ ଗିରଫ କରିଛି।

ଆମେରିକା-କାନାଡା ସୀମା ନିକଟରେ ଏହି ଅଭିଯାନରେ ଆମେରିକାର ସୀମା ସୁରକ୍ଷା ବାହିନୀ ମଧ୍ୟ ସହଯୋଗ କରିଥିଲା।Advertisment ଆହୁରି ପଢନ୍ତୁ:Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ  ଇକ୍ରିସାଟ୍ ସହ ବୁଝାମଣାପତ୍ର ଏଫ୍‌ବିଆଇ ଅନୁସାରେ, ନୀତିଶ କୌଶଲ ପଞ୍ଜାବର କୁଖ୍ୟାତ "ଜଗ୍ଗୁ ଭଗବାନପୁରିଆ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଗ୍ରୁପ୍‌"ର ସଦସ୍ୟ।

ଏହି ଆପରାଧିକ ସଂଗଠନ ହତ୍ୟା, ଅପହରଣ, ମାଦକ ଚୋରାଚାଲାଣ, ବଟି ଆଦାୟ, ଅସ୍ତ୍ର ଚୋରାଚାଲାଣ, ଅର୍ଥ ହେରଫେର ଓ ମାନବ ଚୋରାଚାଲାଣ ଭଳି ସଙ୍ଗିନ ଅପରାଧରେ ସମ୍ପୃକ୍ତ।

କୌଶଲ ବିରୋଧରେ ଅପହରଣ ଓ ହିଂସାତ୍ମକ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ରହିଛି।

ଆହୁରି ପଢନ୍ତୁ:Prafulla Samal Hospitalised ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ଗତ ଜୁନ୍‌ ୨୫ରେ କାଲିଫର୍ଣ୍ଣିଆର ଏକ ଫେଡେରାଲ ଅଦାଲତ ତା" ବିରୋଧରେ ରୢାକେଟିୟର୍‌ ଇନ୍‌ଫ୍ଲୁଏନ୍ସଡ୍‌ ଆଣ୍ଡ୍‌ କରପ୍ଟ ଅର୍ଗାନାଇଜେସନ୍ସ କନସ୍ପିରାନ୍ସି (ରିକୋ) ମାମଲାରେ ଗିରଫ ପରୱାନା ଜାରି କରିଥିଲେ।

ଏହାପରେ ଏଫ୍‌ବିଆଇ ତାକୁ "ମୋଷ୍ଟ ୱାଣ୍ଟେଡ୍" ତାଲିକାରେ ସାମିଲ କରିଥିଲା।

ନୀତିଶ କୌଶଲର ଗିରଫ "ଅପରେସନ୍‌ ହାର୍ଡ ବଲ୍‌"ର ଏକ ଅଂଶ ବୋଲି କୁହାଯାଉଛି।

ଏହି ବହୁରାଷ୍ଟ୍ରୀୟ ଅଭିଯାନ ମାଧ୍ୟମରେ ଆମେରିକା, କାନାଡା ଓ ୟୁରୋପର ବିଭିନ୍ନ ଦେଶରେ ସକ୍ରିୟ ଥିବା ଭଗବାନପୁରିଆ ଗ୍ୟାଙ୍ଗର ନେଟ୍‌ୱର୍କକୁ ଧ୍ୱଂସ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଚାଲିଛି।

ଏଫ୍‌ବିଆଇ କହିଛି, ଆନ୍ତର୍ଜାତିକ ସଂଗଠିତ ଅପରାଧ ବିରୋଧରେ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।