Niti Aayog's proposal: ନିତି ଆୟୋଗର ପ୍ରସ୍ତାବ: ଭଦ୍ରକରେ ବିମାନବନ୍ଦର ହେଉ
"ଭୁବନେଶ୍ବର: ପୁଞ୍ଜିନିବେଶ ଲାଗି ଅନୁକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସାରା ଦେଶରେ ପଞ୍ଚମ ସ୍ଥାନରେ ରହିଛି।
ଦୃଢ଼ ବିତ୍ତୀୟ ସ୍ଥିତି ବଳରେ ଓଡ଼ିଶା ଏହି ଉପଲବ୍ଧି ହାସଲ କରିଛି।
ତେବେ ନିଜର ସ୍ଥିତିରେ ଆହୁରି ଉନ୍ନତି ଆଣିବା ଲାଗି ଓଡ଼ିଶାକୁ ନିତି ଆୟୋଗ କେତେକ ପ୍ରସ୍ତାବ ଦେଇଛି।
ଭଦ୍ରକରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରିବାକୁ କହିଛି।
ଏହା ହେଲେ ଭୁବନେଶ୍ବରରେ ଭିଡ଼ କମିବ ଓ ଉତ୍ତର ଓଡ଼ିଶା ପାଇଁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ।
ଏହି ଅଞ୍ଚଳକୁ ରେଳ ଓ ସଡ଼କ ସଂଯୋଗରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିତି ଆୟୋଗ ଏହାର "ନିବେଶ ଅନୁକୂଳ ସୂଚୀ" ରିପୋର୍ଟରେ ପ୍ରସ୍ତାବ ଦେଇଛି।
Advertisment Odisha: ନିଟ୍ ୟୁଜିରେ ଆଲେନ୍ ଓଡ଼ିଶାର ସଫଳତା ନିବେଶ ଅନୁକୂଳ ସୂଚକାଙ୍କରେ ଓଡ଼ିଶା ପଞ୍ଚମ ଶ୍ରେଷ୍ଠଭୁବନେଶ୍ବର ବାହାରେ ଦୃଢ଼ ଭିତ୍ତିଭୂମି ଦରକାରବିଦେଶୀ ପୁଞ୍ଜି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଆକୃଷ୍ଟ କରିବାରେ ରାଜ୍ୟର ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରେ ମାତ୍ର ୯ ନିୟୁତ ଡଲାର ଏଫ୍ଡିଆଇ ଆସିଥିଲା ଯାହା ତାହାର ପୂର୍ବ ତିନି ବର୍ଷର ହାରାହାରି ଏଫ୍ଡିଆଇ ତୁଳନାରେ ୮୧ ପ୍ରତିଶତ କମ୍ ଥିଲା।
ତେଣୁ ଏଥିରେ ଆହୁରି ଉନ୍ନତି ଆଣିବାକୁ ପଡ଼ିବ।
ଆୟୋଗ କହିଛି, ସହର ଉପକଣ୍ଠ ଓ ଗ୍ରାମାଞ୍ଚଳରେ ମୋବାଇଲ୍ ସେବାକୁ ଆହୁରି ଦୃଢ଼ ହେଲେ ସ୍ଥାନୀୟ ବ୍ୟବସାୟୀମାନେ ଉପକୃତ ହେବେ।
ରାଜ୍ୟରେ ବିଭିନ୍ନ ପ୍ରକାରର ଶିଳ୍ପ ପାର୍କ ସ୍ଥାପନ କରିବା ସୁଯୋଗ ରହିଛି।
ଜମିକୁ ପ୍ରତିଯୋଗିତାମୂଳକ ମୂଲ୍ୟରେ ଯୋଗାଇ ଦିଆଯାଇପାରିବ।
ଭୁବନେଶ୍ବରରେ ଥିବା ଶିଳ୍ପ ପାର୍କ ମହଙ୍ଗା ରହୁଥିବାରୁ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରିବାକୁ ପଡ଼ିବ।
କଣ୍ଟେନରରେ ମାଲ ପରିବହନ ଓ ଅନ୍ତର୍ଦେଶୀୟ କଣ୍ଟେନର ଡିପୋ କ୍ଷମତା ବଢ଼ାଇବାକୁ ମଧ୍ୟ ପଦକ୍ଷେପ ନେବାକୁ ପଡ଼ିବ।
ନିୟାମକ ବ୍ୟବସ୍ଥା ଆହୁରି ସହଜ କରିବା ଏବଂ ଚୁକ୍ତି କାର୍ଯ୍ୟକାରିତା ଓ ବାଣିଜ୍ୟିକ କୋର୍ଟ ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ଉନ୍ନତି ଆଣିବାକୁ ମଧ୍ୟ ଆୟୋଗ କହିଛି।
Jewellery store: ଇନ୍ଦ୍ରିୟା ଜୁଏଲାରିର ନୂଆ ଷ୍ଟୋର୍ ରିପୋର୍ଟ ଅନୁସାରେ, ପୁଞ୍ଜିନିବେଶ ଲାଗି ଅନୁକୂଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୫୨.୪ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଛି।
ପ୍ରଥମ ଚାରିଟି ସ୍ଥାନରେ ଗୁଜରାଟ (ସ୍କୋର ୫୬.୬), ମହାରାଷ୍ଟ୍ର (୫୩.୭), ତାମିଲନାଡ଼ୁ (୫୩.୩) ଓ ଗୋଆ (୫୩.୧) ରହିଛନ୍ତି।
ଦେଶର ୧୭ଟି ବୃହତ୍ ରାଜ୍ୟ ମଧ୍ୟରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।
ବିଭିନ୍ନ ମାନଦଣ୍ଡରେ ଓଡ଼ିଶାର ପ୍ରଦର୍ଶନ ଭିତ୍ତିଭୂମି କ୍ଷେତ୍ରରେ ୪୬ ପ୍ରତିଶତ, ବ୍ୟବସାୟ ପରିବେଶରେ ୩୬ ପ୍ରତିଶତ, ସମ୍ବଳରେ ୫୫ ପ୍ରତିଶତ, ସରକାରୀ ନୀତିରେ ୪୬ ପ୍ରତିଶତ, ନିୟାମକ ସହଜତାରେ ୫୮ ପ୍ରତିଶତ, ସଂସ୍ଥାଗତ ପରିବେଶରେ ୬୧ ପ୍ରତିଶତ, ଆର୍ଥିକ ସ୍ବାସ୍ଥ୍ୟରେ ୯୨ ପ୍ରତିଶତ ଓ ପରିବେଶ ସ୍ଥାୟିତ୍ବରେ ୭୮ ପ୍ରତିଶତ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।