NITI Aayog EV Index: ନିତି ଆୟୋଗ ଇଭି ସୂଚକାଙ୍କ: ଅଷ୍ଟମ ସ୍ଥାନକୁ ଖସିଲା ଓଡ଼ିଶା

Sep 17, 2026 - 09:59
NITI Aayog EV Index: ନିତି ଆୟୋଗ ଇଭି ସୂଚକାଙ୍କ: ଅଷ୍ଟମ ସ୍ଥାନକୁ ଖସିଲା ଓଡ଼ିଶା

"ଭୁବନେଶ୍ବର: ଗମନାଗମନର ମାଧ୍ୟମ ଭାବେ ଇଲେକ୍ଟ୍ରିକ ଯାନ (ଇଭି) ଗ୍ରହଣୀୟତା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛି।

ନିତି ଆ‌ୟୋଗ ପକ୍ଷରୁ ପ୍ରକାଶିତ "ଭାରତ ଇଲେକ୍ଟ୍ରିକ ଗମନାଗମନ ସୂଚକାଙ୍କ ୨୦୨୫"ରେ ଓଡ଼ିଶାର ସ୍କୋର ୫୫ ରହିଛି।

୨୦୨୪ର ସୂଚକାଙ୍କ ତୁଳନା‌ରେ ଓଡ଼ିଶା ସପ୍ତମ ସ୍ଥାନରୁ ଗୋଟିଏ ପାହାଚ ତଳକୁ ଖସିଆସିଛି।

ସର୍ବାଧିକ ୮୪ ପ୍ରତିଶତ ସ୍କୋର ସହ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି।

୧୭ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶା କିନ୍ତୁ ପଞ୍ଚମ ସ୍ଥାନରେ ଅଛି।

ସର୍ବଭାରତୀୟ ରୢାଙ୍କିଂରେ  ଦିଲ୍ଲୀ ପଛକୁ ମହାରାଷ୍ଟ୍ର (୭୮), କର୍ଣ୍ଣାଟକ (୭୩), ଚଣ୍ଡିଗଡ଼ (୭୧), ଗୋଆ (୬୫), ତାମିଲନାଡୁ (୬୧) ଓ ମଧ୍ୟପ୍ରଦେଶ (୫୯) ରହିଛନ୍ତି।Advertisment PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ନିତି ଆୟୋଗ ଅନୁଯାୟୀ, ପରିବହନ ବିଦ୍ୟୁତ୍‌କରଣ ମାନଦଣ୍ଡରେ ଓଡ଼ିଶାର ସ୍କୋର ୫୮, ଚାର୍ଜିଂ ଭିତ୍ତିଭୂମିରେ ୫୭ ଓ ଇଭି ଗବେଷଣା ଓ ବିକାଶରେ ୪୫ ରହିଛି।

ଏହି ତିନି ମାନଦଣ୍ଡରେ ରାଜ୍ୟର ସ୍ଥିତିରେ ଉନ୍ନତି ଘଟିଛି।

ଅନ୍ୟାନ୍ୟ ପ୍ରଦର୍ଶନ ମାନଦଣ୍ଡ ମଧ୍ୟରେ ଘରୋଇ ଇଭି ପଞ୍ଜୀକରଣ  ଓ ସରକାରୀ ଅଭିଯାନରେ ସ୍କୋର ୧୦୦ରୁ ୧୦୦ ରହିଛି।

କ୍ରୟ ପ୍ରୋତ୍ସାହନରେ ଏହାର ସ୍କୋର ୨ ଭଳି ଅତ୍ୟନ୍ତ ନିମ୍ନ ସ୍ତରରେ ଓ ବାଣିଜ୍ୟିକ ଇଭି ପଞ୍ଜୀକରଣ ସ୍କୋର ୧୮ ରହିଛି।

ଇଭିକୁ ପରିବର୍ତ୍ତନ ଅଭିଯାନରେ ୫୦, ପରିଚାଳନା ସହାୟତା ଅଭିଯାନରେ ୫୦ ଓ ଇନ୍ଧନ ମୂଲ୍ୟ ସମତାରେ ସ୍କୋର ୯୦ ରହିଛି।

ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତି ଅଧୀନରେ ପୁଞ୍ଜି ସବ୍‌ସିଡି, ଇଭି ପାଇଁ ନିୟମ ପ୍ରସ୍ତୁତି ଓ ବିଦ୍ୟୁତ୍‌ ଉପଲବ୍ଧତାରେ ରାଜ୍ୟର ସ୍କୋର ୧୦୦ ରହିଛି।

ଗାଡ଼ିକୁ ଚାର୍ଜର୍‌ ଅନୁପାତରେ ତାହା ୩୭, ଚାର୍ଜିଂ ଭିତ୍ତିଭୂମି ବିକାଶ ଅଭିଯାନରେ ୬୭ ଓ ଅକ୍ଷୟ ଶକ୍ତି ଦକ୍ଷତାରେ ସ୍କୋର ୨୧ ରହିଛି।

ଇଭି ଗବେଷଣା ଓ ନବସୃଜନ ସ୍ଥିତି ଅଧୀନରେ ଇଭି ଷ୍ଟାର୍ଟଅପ୍‌ କ୍ଷେତ୍ରରେ ରାଜ୍ୟର ସ୍କୋର ୪୬, ଆର୍‌ଆଣ୍ଡ୍‌ଡି ଅଭିଯାନରେ ୬୭ ଓ ପେଟେଣ୍ଟରେ ସ୍କୋର ମାତ୍ର ୯ ରହିଛି।

ଇଭି ଗ୍ରହଣୀୟତା ବଢ଼ାଇବା ଲାଗି ନିତି ଆୟୋଗ ତରଫରୁ ରାଜ୍ୟକୁ ଇଭି ପରିବର୍ତ୍ତନ କିଟ୍‌ ପାଇଁ ସବ୍‌ସିଡି ଲାଗୁ କରିବା, ସଂରକ୍ଷିତ ପାର୍କିଂ, ଲୋ ଏମିସନ୍ ଜୋନ୍‌ ଆଦି ସୃଷ୍ଟି କରିବାକୁ ସୁପାରିସ କରାଯାଇଛି।

ଏଥି ସହିତ ଉନ୍ନତ କ୍ରୟ ସବ୍‌ସିଡି ଦେବା ଓ ସାର୍ବଜନୀନ  ଚାର୍ଜିଂ ଷ୍ଟେସନ ପାଇଁ ବିଦ୍ୟୁତ ଶୁଳ୍କ କମ୍‌ କରିବାକୁ ମଧ୍ୟ କହିଛି।

ରାଜ୍ୟରେ ଚାର୍ଜିଂ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଲାଗୁ କରିବାକୁ ସୁପାରିସ କରିଛି।

ଇଭି କ୍ଷେତ୍ର ଗବେଷଣା ଓ ବିକାଶ କେନ୍ଦ୍ର ଜରିଆରେ ଦକ୍ଷତା ବିକାଶ ପାଇଁ ଦୃଢ଼ ଗବେଷଣା ଓ ନବସୃଜନକୁ ଗୁରୁତ୍ବ ଦେବାକୁ ଓଡ଼ିଶାକୁ ନିତି ଆୟୋଗ ସୁପାରିସ କରିଛି।

Bhubaneswar railway station: ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାମର ସମୀକ୍ଷା: ଡିସେମ୍ବରକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଣ୍ଟ ଏହି ରିପୋର୍ଟ ସମ୍ପର୍କରେ ଫେଡେରେସନ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍ସ (ଏଫ୍‌ଏଡିଏ)ର ନବନିଯୁକ୍ତ ଓଡ଼ିଶା ଶାଖା ଅଧ୍ୟକ୍ଷ ବିମଳେନ୍ଦୁ ମହାନ୍ତି କହିଛନ୍ତି, ରାଜ୍ୟରେ ଇଭିକୁ‌ ନେଇ ଗ୍ରାହକମାନଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି।

ଅଧିକରୁ ଅଧିକ ସଂଖ୍ୟାରେ ଗ୍ରାହକ ସୋରୁମରେ ଇଭି ମଡେଲ୍‌ ବିଷୟରେ ପଚାରୁଛନ୍ତି ଓ କିଣୁଛନ୍ତି।

ଆଗକୁ ପାର୍ବଣ ଋତୁ ଆସୁଛି।

ସେହି ସମୟରେ ଇଭି ବିକ୍ରି ଆହୁରି ତ୍ବରାନ୍ବିତ ହେବାର ଆଶା କରାଯାଉଛି।

ସରକାର ଦେଉଥିବା ସବ୍‌ସିଡି ଜାରି ରହିଲେ ଇଭି ଗ୍ରହଣୀୟତା ଆହୁରି ବଢ଼ିହୋଇପାରନ୍ତା ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)