ଲଗାଣ ବର୍ଷା କାରଣରୁ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

ବାରିପଦା: ଲଗାଣ ବର୍ଷା କାରଣରୁ ବୁଡ଼ିଲା ଅସ୍ଥାୟୀ ପୋଲ। ଅସ୍ଥାୟୀ ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ। ମୟୂରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁଘାଟ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ। ଉଦଳା-ବାଲେଶ୍ୱର ସମେତ ୮ ଗୋଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଦୁଇ ଦିନ ଧରି ଜାରି ରହିବା କାରଣରୁ ଦେଓ ନଦୀ ଫୁଲିଛି, ଯାହା ଫଳରେ କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଉପରେ ନଦୀ ପାଣି ପ୍ରବାହିତ ହୋଇଛି। ୩ ଫୁଟର ପାଣି ପ୍ରବାହିତ ହୋଇଥିବା ବେଳେ ଯୋଗାଯୋଗ ଠପ ହୋଇ ପଡିଛି। ଅନ୍ୟପଟେ କିଛି ଲୋକ ବିପଦସଂକୁଳ ଅବସ୍ଥାରେ ମଧ୍ୟ ଅସ୍ଥାୟୀ ପୋଲ ଉପରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ପୁରୁଣା ପୋଲ ପିଲର ଦବିଯିବା ପରେ ସ୍ଥାୟୀ ପୋଲ ଆଜକୁ ୪ ବର୍ଷ ହେବ ନିର୍ମାଣ ଚାଲିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।