ମୁଣ୍ଡଳୀ ବ୍ରିଜ ଉପରେ ବାଇକ ରଖି ମହାନଦୀକୁ ଡେଇଁ ଯୁବକ ନିଖୋଜ ! ସର୍ଚ୍ଚ ଅପରେସନ ଜାରି
ବାଙ୍କୀ: ମୁଣ୍ଡଳୀ ବ୍ରିଜରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ । ବିଳମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ବାଇକ ରଖି ମହାନଦୀକୁ ଡେଇଁପଡ଼ିଥିବା ନେଇ ସନ୍ଦେହ । ଯୁବକ ଜଣକ ବାଙ୍କୀ ଥାନା କୃଷ୍ଣପୁର ଗ୍ରାମର ଟୁକୁନା ସାହୁ ବୋଲି ଜଣାପଡ଼ିଥିବା ବେଳେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଁଚି ବାଇକ ଜବତ କରି ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗ ମହାନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।