ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୧୬ର ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ
ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍’ ସିଜନ୍-୧୬ର ବିଜୟିନୀ ତଥା ଓଡ଼ିଶାର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଜ୍ୟୋତିର୍ମୟୀ ଗୁରୁବାର ନବୀନ ନିବାସରେ ନବୀନଙ୍କୁ ସାକ୍ଷାତ କରିଥିବା ବେଳେ ନବୀନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ଏହି ଟାଇଟଲ ହାତେଇ ଓଡ଼ିଶାକୁ ଗର୍ବିତ କରିଥିବା କହିଛନ୍ତି। ଏହି ଅବସରରେ ଜ୍ୟୋତିର୍ମୟୀଙ୍କୁ ରୁପା ତାରକସୀ କୋଣାର୍କ ଚକ୍ର ପ୍ରଦାନ କରି ନବୀନ ତାଙ୍କ ଉଜ୍ୱଳ ଭିବଷ୍ୟତ କାମନା କରିଛନ୍ତି ।
https://twitter.com/Naveen_Odisha/status/2082843112586789005
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।