23 JULY 2026

Welcome!

Unlock your personalized experience.
Sign Up

WTC 2027 ଫାଇନାଲ୍ ତାରିଖ ଏବଂ ସ୍ଥାନ ଘୋଷଣା

Jul 23, 2026 - 16:01
WTC 2027 ଫାଇନାଲ୍ ତାରିଖ ଏବଂ ସ୍ଥାନ ଘୋଷଣା

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଆଇସିସି ପକ୍ଷରୁ ଘୋଷଣା ହୋଇଛି ତାରିଖ ଏବଂ ସ୍ଥାନ । କେଉଁ ଷ୍ଟାଡିୟମରେ ଖେଳାଯିବ ତାହା ଘୋଷଣା ହୋଇଛି । ୨୦୨୫-୨୭ ସଂସ୍କରଣର ଫାଇନାଲ ମୁକାବିଲା ଲଣ୍ଡନର ପ୍ରସିଦ୍ଧ ‘ଦ ଓଭାଲ’ ଗ୍ରାଉଣ୍ଡରେ ଖେଳାଯିବ । ବିସିସିର କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବୋଲି ଘୋଷଣା କରାଯାଇଛି ।

ଦ୍ବିତୀୟଥର ଲାଗି ଐତିହାସିକ ‘ଦ ଓଭାଲ’ ଗ୍ରାଉଣ୍ଡରେ ଖେଳାଯିବ ଡବ୍ଲୁଟିସି ଫାଇନାଲ ମୁକାବିଲା । ଏହାପୂର୍ବରୁ ୨୦୨୩ ମସିହାରେ ଏହି ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା ଫାଇନାଲ ମ୍ୟାଚ୍ । ୨୦୨୩ WTC ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ତେଣୁ ଏହି ମଇଦାନ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ସ୍ମୃତି ଜଡ଼ିତ ସ୍ଥାନ ଅଟେ।

୨୦୨୭ ର ଏହି ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ବର୍ଷ ଟେଷ୍ଟ କ୍ରିକେଟ୍ ତାର ୧୫୦ ବର୍ଷ ପୂରଣ କରିବ। ଏହାକୁ ସ୍ମରଣୀୟ କରିବା ପାଇଁ ICC ଏବଂ ECB ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। WTCର ଏହି ଚକ୍ରରେ ଏବେବି ୯ଟି ଯାକ ଦଳ ଫାଇନାଲ୍ ଟିକେଟ୍ ପାଇଁ ଲଢ଼େଇ ଜାରି ରଖିଛନ୍ତି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ତାଲିକାର ଶୀର୍ଷରେ ଥିବାବେଳେ ଭାରତୀୟ ଦଳ ମଧ୍ୟ ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସରତ।

ଏହାସହ ପଢ଼ନ୍ତୁ : ଇଂଲଣ୍ଡରେ ପରାଜୟ ପରେ ବିପଦରେ ଏହି ୪ ଖେଳାଳିଙ୍କ କ୍ୟାରିୟର; ଭାରତର ଦିନିକିଆ ଦଳରେ ସ୍ଥାନ ପାଇବାର ସମ୍ଭାବନା କମ୍!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।