23 JULY 2026

Welcome!

Unlock your personalized experience.
Sign Up

ଗୋଟିଏ ପୁଅକୁ ବିବାହ କଲେ ତିନି ଭଉଣୀ; ବିବାଦ ପରେ ଲୋକଙ୍କ ଆଗରେ ରଖିଲେ ଅଦ୍ଭୁତ ତର୍କ

Jul 23, 2026 - 14:29
ଗୋଟିଏ ପୁଅକୁ ବିବାହ କଲେ ତିନି ଭଉଣୀ; ବିବାଦ ପରେ ଲୋକଙ୍କ ଆଗରେ ରଖିଲେ ଅଦ୍ଭୁତ ତର୍କ
  • ଗୋଟିଏ ବରକୁ ବିବାହ କଲେ ତିନି କନିଆ
  • ଉତ୍ତରପ୍ରଦେଶ ଆମରୋହା ଜିଲ୍ଲାରୁ ଆସିଲା ଅ‍ଦ୍ଭୁତ ପ୍ରେମ ସମ୍ପର୍କର ଚିତ୍ର
  • ସୋସିଆଲ ମିଡିଆରେ ଭାଇରାଲ ପରେ ବିରୋଧ କଲା ବିଶ୍ବ ହିନ୍ଦୁ ପରିଷଦ
  • କନିଆଁଙ୍କର ଅଦ୍ଭୁତ ଯୁକ୍ତି,’’ଦଶରଥଙ୍କର ଥିଲେ ତିନି ରାଣୀ’’

ଲକ୍ଷ୍ନୌ,୨୩/୦୭:  ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାରେ ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ହସନପୁର ଅଞ୍ଚଳର ଧୌରିଆ ଗାଁର ତିନି ଭଉଣୀ ଚାମୁଣ୍ଡା ମାତା ମନ୍ଦିରରେ ଜଣେ କ୍ୟାମେରାମ୍ୟାନଙ୍କୁ ବିବାହ କରିଛନ୍ତି। ତିନିଜଣଙ୍କ ବୟସ ବୟସ ୧୮ ରୁ ୨୦ ବର୍ଷ ମଧ୍ୟରେ। ବୁଧବାର ସନ୍ଧ୍ୟାରେ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ହିନ୍ଦୁ ସଂଗଠନଗୁଡ଼ିକ ଏହାକୁ ସନାତନ ଧର୍ମ ଏବଂ ସାମାଜିକ ଚଳଣିର ଉଲ୍ଲଂଘନ ବୋଲି କହି ତୀବ୍ର ବିରୋଧ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଧାଉରିଆ ଗାଁର ସରୋଜ (୨୦), ସାବିତ୍ରୀ (୧୯) ଏବଂ ସନ୍ତୋଷ (୧୮) ଜୁଲାଇ ୧୭ ତାରିଖରେ ଚାମୁଣ୍ଡା ମାତା ମନ୍ଦିରରେ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ଶ୍ୟାମପୁରୀ ଗାଁର କ୍ୟାମେରାମ୍ୟାନ୍ ବିକାଶ ଓରଫ ଭିକୁ, ତିନି ଭଉଣୀଙ୍କ ମଥାରେ ସିନ୍ଦୁର ଦେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ବିବାହ ସମୟରେ ଉଭୟ ପକ୍ଷର ପରିବାର ଲୋକ ଉପସ୍ଥିତ ନଥିଲେ। ମନ୍ଦିର ପରିଚାଳକ ଡକ୍ଟର ଶିବଚରଣ ଦାସ ସ୍ପଷ୍ଟ କରିଛନ୍ତି ଯେ ସେତେବେଳେ ମନ୍ଦିରରେ ମରାମତି କାର୍ଯ୍ୟ ଚାଲୁଥିଲା ଏବଂ କୌଣସି ପୁରୋହିତ ସେଠାରେ ନଥିଲେ।

ଅଧିକ ପଢ଼ନ୍ତୁ: 50 OTT Platform Block: ୫୦ଟି OTT ପ୍ଲାଟଫର୍ମକୁ ବ୍ଳକ କଲେ ସରକାର; କାହିଁକି ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ?
ବଡ଼ ଭଉଣୀ ଜଣେ ବି.ଟେକ୍ ଛାତ୍ରୀ, ସେ ରିଲ୍ସ କରି ଲୋକପ୍ରିୟ ହୋଇଥିଲେ:

ବିବାହ କରିଥିବା ତିନି ଭଉଣୀ ଏବଂ ଯୁବକ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକଟିଭ ରହୁଥିଲେ। ତିନି ଭଉଣୀ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ରିଲ୍ସ କରୁଥିଲେ। ଏମାନଙ୍କର ଇନଷ୍ଟାଗ୍ରାମରେ ୪,୬୯,୦୦୦ ଏବଂ ଫେସବୁକରେ ୮୪,୦୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି। ବଡ଼ ଭଉଣୀ ସରୋଜ ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ରୀ ଥିବା ବେଳେ ଅନ୍ୟ ଦୁଇଜଣ ଭଉଣୀ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଛନ୍ତି। ବର, ବିକାଶ ମଧ୍ୟ ଏହି ବର୍ଷ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ଆଇନ ପାଠ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୁବକ ଜଣକ,  ଗତ ଛଅ ମାସ ଧରି ରିଲ୍ସରେ ତିନି ଭଉଣୀଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରୁଥିଲେ।​​​​​​​

ଆହୁରି ପଢ଼ନ୍ତୁ: Viral News : ସନ୍ତୁଳା ପାଣିଆ ହେବାରୁ ପୁଲିସ ଡାକିଲେ ସ୍ୱାମୀ, ଅଭିଯୋଗ ଶୁଣି ପୁଲିସ କାବା...
 

ବିରୋଧ ପରେ ମୁହଁ ଖୋଲିଛନ୍ତି ତିନି କନିଆଁ:

ବ୍ୟବସାୟୀ ନେତା ମୁକେଶ ଗୁପ୍ତା ଏବଂ ସ୍ଥାନୀୟ ହିନ୍ଦୁ ସଂଗଠନଗୁଡ଼ିକର ଅଭିଯୋଗ ଆଧାରରେ ବିବାଦ ବୃଦ୍ଧି ପାଇବା ପରେ, ତିନି ଭଉଣୀ ସେମାନଙ୍କର ମତ ସ୍ପଷ୍ଟ କରିବା ପାଇଁ ଏକ ଭିଡିଓ ଜାରି କରିଥିଲେ। ସେମାନେ କହିଥିଲେ ଯେ ସେମାନେ ପିଲାଦିନରୁ ଏକାଠି ରହୁଛନ୍ତି। ସେମାନଙ୍କ ପରିବାର ଭିନ୍ନ ଭିନ୍ନ ପୁରୁଷଙ୍କ ସହିତ ସେମାନଙ୍କର ବିବାହ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ। ଫଳରେ ସେମାନେ ଅଲଗା ହେବା ପରିବର୍ତ୍ତେ ଏକା ସମୟରେ ଗୋଟିଏ ବରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୋଗକୂ ନେଇ ତିନି ଭଉଣୀ ଯୁକ୍ତି ରଖିଛନ୍ତି ଯେ, "ପୂର୍ବରୁ, ରାଜା ଦଶରଥଙ୍କର ମଧ୍ୟ ତିନି ରାଣୀ ଥିଲେ। ଏହାକୁ କ'ଣ ଅପମାନ ବୋଲି ବିବେଚନା କରାଯାଉଥିଲା? ଆମେ ସମସ୍ତେ ପରିପକ୍ବ ଏବଂ ଆମର ପସନ୍ଦରେ ଆମେ ଖୁସି, ତେଣୁ ଅନ୍ୟମାନେ ଏଥିରେ ଆପତ୍ତି କରିବା ଉଚିତ ନୁହେଁ।"

ହସନପୁର କୋତୱାଲିର ଷ୍ଟେସନ ହାଉସ୍ ଅଫିସର (SHO) ରାଜେଶ କୁମାର ତିୱାରୀଙ୍କ ଅନୁଯାୟୀ, ବିବାହ କରିଥିବା ଯୁବତୀମାନେ ପୋଲିସକୁ ସୂଚନା ଦେଇଛନ୍ତି ଯେ, ପରିପକ୍ବ ହୋଇଥିବାରୁ ସେମାନେ ନିଜ ଇଚ୍ଛାରେ ଏକ ମନ୍ଦିରରେ ବିବାହ କରିଛନ୍ତି। ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ବିବରଣୀ ସଂଗ୍ରହ କରୁଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Shubhanshu Shukla : ଶୁଭାଂଶୁଙ୍କ ମହାକାଶ ଯାତ୍ରାରେ ଫେଲ୍‌ ହୋଇଥିଲା ଖେଚୁଡ଼ି,୩ଟି ଭାରତୀୟ ବ୍ୟଞ୍ଜନକୁ ମଞ୍ଜୁରି ଦେଇଥିଲା ନାସା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।