28 JUNE 2026

Welcome!

Unlock your personalized experience.
Sign Up

Viral Video: ଜାଣିଶୁଣି ଝିଅଙ୍କ ସ୍କୁଟିକୁ ଦେଉଥିଲା ଧକ୍କା, ରୋଡ୍ ରୋମିଓକୁ ମଜା ଚଖାଇଲା ପୁଲିସ

Jun 27, 2026 - 17:56
Viral Video: ଜାଣିଶୁଣି ଝିଅଙ୍କ ସ୍କୁଟିକୁ ଦେଉଥିଲା ଧକ୍କା, ରୋଡ୍ ରୋମିଓକୁ ମଜା ଚଖାଇଲା ପୁଲିସ

ନୂଆଦିଲ୍ଲୀ: ଏକୁଟିଆ ଝିଅଙ୍କୁ ଦେଖିବା ପରେ ବାହାରୁଥିଲା ଦୋଷ । ବାଇକରେ ଯାଉଥିଲା ଆଉ ପଛପଟୁ ଦେଉଥିଲା ଧକ୍କା । ଏମିତିକି ଭିଡ଼ ସ୍ଥାନରେ ମଧ୍ୟ କାହାକୁ ଖାତିର୍ ନକରି ସ୍କୁଟିକୁ ପଛରୁ ଦେଉଥିଲା ଧକ୍କା । ଆଉ କେହି କିଛି କହି ପୂର୍ବରୁ ନିଜର ଭୁଲକୁ ମାନୁଥିଲା । ସରି କହି ଦୋଷକୁ ଲୁଚାଉଥିଲା । ମାତ୍ର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଏମିତି ଅନେକ ଝିଅଙ୍କ ସ୍କୁଟିକୁ ଧକ୍କା କରୁଥିବା ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସମାନ ଭୁଲ୍ ଆଉ କ୍ଷମା ମାରିବାର ତରିକା ଥିଲା ସମାନ । ଶେଷରେ ପୁଲିସ ନିଜଟରେ ପହଞ୍ଚିଥିଲା ଭିଡିଓ ଏବଂ ଆକ୍ସନ ନିଆଯାଇଛି । ଦିଲ୍ଲୀରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର ।

ଯୁବକ ଜଣକ ଜଣେ କଣ୍ଟେନ କ୍ରିଏଟର । ଯିଏକି ନୂଆ ଭିଡିଓ ବନାଇବା ଏବଂ ଭାଇରାଲ ହେବା ନାଁରେ ଏଭଳି କରି ଆସୁଥିଲା । ସେ ଏଭଳି ବାରମ୍ବାର କରୁଥିବାବେଳେ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା । ଯାହାକୁ ନେଇ ଆକ୍ସନ ମୁଡକୁ ଆସିଛି ଦିଲ୍ଲୀ ପୁଲିସ । ତେବେ ସେହି ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ପୁଲିସ ଏକ୍ସରେ ଭିଡିଓକୁ ପୋଷ୍ଟ କରିଛନ୍ତି । ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିଛି ଦିଲ୍ଲୀ ପୁଲିସ । ଯାହାକୁ ନେଇ କିଛି ୟୁଜର୍ସ ପ୍ରଶଂସା କରୁଥିବାବେଳେ ଆଉ କିଛି ଏହାକୁ ନିନ୍ଦା କରିବା ସହ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅନେକ ୟୁଜର୍ସ ଲେଖିଛନ୍ତି କି, ଆମେ ଏହି ଯୁବକଙ୍କୁ ଦେଖିଲେ ମାଡ଼ ମାରିବୁ । କଣ୍ଟେନ୍ ନାଁରେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କୁ ସାଧାରଣ ଲୋକେ ମାଡ଼ ମାରିବା ଜରୁରୀ ବୋଲି ମଧ୍ୟ କିଛି ୟୁଜର୍ସ ଦାବି କରିଛନ୍ତି । ଏହାସହ ଆଉ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ତାଙ୍କୁ ଜମା ଜାମିନ୍ ଦିଅ ନାହିଁ । ଜେଲରେ ୬ ମାସ ରହିଗଲେ ରୋମିଓଗିରି ଭିଡିଓ ବନାଇବା ଛାଡ଼ିଯିବ । ତେବେ ଏଭଳି କଣ୍ଟେନ କ୍ରିକେଟରଙ୍କୁ କଣ କହିବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହାସହ ପଢ଼ନ୍ତୁ : ପାର୍ଟିରେ ଫସିଥିବା ୧୭ ବର୍ଷୀୟ ଝିଅ ରାତି ୨ଟାରେ ମାଆଙ୍କୁ କଲା ଫୋନ୍, କହିଲା....