03 AUGUST 2026

Welcome!

Unlock your personalized experience.
Sign Up

Viral Cockroach Café : ଖୋଲିଲା କକରୋଚ୍ କାଫେ... ସନ୍ଧ୍ୟା ହେଲେ ଜେନ୍-ଜିଙ୍କ ଜମୁଛି ଗହଳି

Aug 03, 2026 - 10:53
Viral Cockroach Café : ଖୋଲିଲା କକରୋଚ୍ କାଫେ... ସନ୍ଧ୍ୟା ହେଲେ ଜେନ୍-ଜିଙ୍କ ଜମୁଛି ଗହଳି

ନୂଆଦିଲ୍ଲୀ, ୩/୮ : ବିହାରର ନାଳନ୍ଦା ଜିଲ୍ଲାରେ ଖୋଲିଲା କକରୋଚ୍ କାଫେ। ବିଚିତ୍ର ନାମକରଣ ପାଇଁ ଏହି କାଫେ ଏବେ ଖୁବ ଚର୍ଚ୍ଚାରେ ରହିଛି। ଏହି କାଫେର ଇଣ୍ଟେରିଅର୍ ଗ୍ରାହକଙ୍କୁ ଆକର୍ଷିତ କରୁଛି। ବ୍ଲାକ୍ ଥିମ୍ ର ସେଟଅପ୍,  ଲାଇଟ୍, କାନ୍ଥରେ ଲତା ଏବଂ ଫୁଲ, ଆରାମଦାୟକ ଚେୟାର ଓ ଆଧୁନିକ ସାଜସଜ୍ଜା ପାଇଁ ଲୋକମାନେ ଏଠାକୁ ଆସୁଛନ୍ତି। ବିଶେଷ କରି ସନ୍ଧ୍ୟାବେଳେ ଏଠାକୁ ଜେନ୍ ଜି ମାନେ ଆସି ଚା, କଫି ପିଉଛନ୍ତି ଏବଂ ସ୍ନାକ୍ସର ମଜା ଉଠାଉଛନ୍ତି। ସେହିପରି ଆଉ କିଛି ଲୋକ ଫଟୋ ଭିଡିଓ ଏବଂ ରିଲ୍ସ ପାଇଁ ଆସୁଛନ୍ତି। 

କାଫେର ମାଲିକ କନିଷ୍କ ରାଜ କହିଛନ୍ତି, ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ସେ ଏଭଳି ନାଁ ଦେଇଛନ୍ତି। ସୋସିଆଲ୍‌ ମିଡିଆ ଯୁଗରେ ନିଆରା ନାଁ ବାଛିଲେ ବିଜ୍ଞାପନ ବିନା ବି ଲୋକଙ୍କ ଧ୍ୟାନ ଆକର୍ଷଣ କରିହେବ। ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାଣିଶୁଣି ସେ କାଫେର ଏଭଳି ଅଜବ ନାମ ରଖିଛନ୍ତି । ତାଙ୍କ ଅନୁସାରେ, ଲୋକେ ପ୍ରଥମେ ନାଁ ଯୋଗୁ ଆକର୍ଷିତ ହୋଇ କାଫେକୁ ଆସୁଛନ୍ତି । ପରେ ଭଲ ଗୁଣବତ୍ତାର ଖାଦ୍ୟ ସେମାନଙ୍କୁ ପୁଣି ସେଠାକୁ ଆସିବାକୁ ପ୍ରେରିତ କରୁଛି। ସେହିପରି ନାଁଟି ‘କକ୍‌ରୋଚ କାଫେ’ ହୋଇଥିଲେ ମଧ୍ୟ ତାଙ୍କ କାଫେରେ ସ୍ୱଚ୍ଛତା ସଂପର୍କରେ ପୂରା ଧ୍ୟାନ ରଖାଯାଉଛି। 

ଅନ୍ୟପଟେ ସୋସିଆଲ୍‌ ମିଡିଆରେ କାଫେକୁ ନେଇ ୟୁଜରମାନେ ବିଭିନ୍ନ ପ୍ରକାର ମଜାଳିଆ ମନ୍ତବ୍ୟ ରଖୁଛନ୍ତି। ଯଦି ଗ୍ରାହକ କାଫେର ଖାଦ୍ୟରେ ଅସରପା ପାଆନ୍ତି ତାହେଲେ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ, ଏହି କାଫେ ଏହାର ଅନନ୍ୟ ନାମ ପାଇଁ ଦୃଷ୍ଟି ଆକର୍ଷଣ କରୁଛି। ଏହାର କାହାଣୀ ବିଷୟରେ ଜାଣିବା ଏବଂ ଏହାକୁ ଅନୁଭବ କରିବା ପାଇଁ ବହୁ ସଂଖ୍ୟକ ଲୋକ ଏଠାକୁ ଆସୁଛନ୍ତି। ଏହି ଖବର ଏକ ଭାଇରାଲ ଭିଡିଓ ଉପରେ ଆଧାରିତ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।