Accident Beaking: ଲୁନାକୁ ଧକ୍କା ଦେଇ ରାସ୍ତାକଡ଼କୁ ଖସିଲା 'ବିକ୍ରାନ୍ତ' ବସ୍; ଦୁଇ ଗୁରୁତର, ୩୦ ଆହତ
ମୋହନା ୦୨/୦୮: ଲୁନାକୁ ଧକ୍କା ଦେଇ ରାସ୍ତାକଡ଼କୁ ଖସିଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ଦୁଇ ଜଣ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ୩୦ରୁ ଅଧିକ ବସ୍ ଯାତ୍ରା ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମୋହନା ମେଡିକାଲକୁ ପଠାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗଜପତି ଜିଲ୍ଲା ଅଡବା ଥାନା ରାଇଗଣ୍ଡା ବୁଲାଣି ରାସ୍ତାରେ ଘଟିଛି।
ଅଧିକ ପଢ଼ନ୍ତୁ :- Accidnet News: ଖମ୍ଭରିଗୁଡ଼ା ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଫେରାର ଗାଡିକୁ ଧରିବାକୁ ପରିବାରର ଦାବି
ସୂଚନା ଅନୁଯାୟୀ, ସୋମବାର ସକାଳେ ଏକ ଲୁନାରେ ଦୁଇ ଜଣ ଆରୋହୀ କୌଣସି କାମରେ ଯାଉଥିଲେ। ହଠାତ୍ ବିପରୀତ ଦିଗରୁ ଆସୁଥିବା 'ବିକ୍ରାନ୍ତ' ନାମକ ଘରୋଇ ଯାତ୍ରୀବାହୀ ବସ ରାଇଗଣ୍ଡା ବୁଲାଣି ନିକଟରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍ଟି ରାସ୍ତ କଡ଼କୁ ଖସି ଯାଇଥିଲା। ଦୁଇ ଲୁନା ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ବିକ୍ରାନ୍ତ ନାମକ ଘରୋଇ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ ଦାରିଙ୍ଗବାଡି ଯାଉଥିବା ଜଣାପଡ଼ିଛି। ଖବର ପାଇ ଅଡ଼ବା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍କୁ ଜବତ କରି ତଦନ୍ତ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।