Vaibhav Sooryavanshi Breaks Sachin Tendulkar Record: ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କଲେ ବୈଭବ

Jul 04, 2026 - 19:12
Vaibhav Sooryavanshi Breaks Sachin Tendulkar Record: ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କଲେ ବୈଭବ
ନୂଆଦିଲ୍ଲୀ: ଇତିହାସ ରଚିଲେ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ । ସର୍ବକନିଷ୍ଠ ଖେଳାଳି ଭାବେ ଟିମ୍ ଇଣ୍ଡିଆ ପାଇଁ କରିଛନ୍ତି ଡେବ୍ୟୁ। ୧୫ ବର୍ଷ ୯୯ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି ବୈଭବ । ସେ ଟିମ୍ ଇଣ୍ଡିଆର ଉପଅଧିନାୟକ ତିଲକ ବର୍ମାଙ୍କ ହାତରୁ ନେଇଛନ୍ତି କ୍ୟାପ୍ । ପୂର୍ବରୁ ଭାରତ ପାଇଁ ପୁରୁଷ ଦଳ ପକ୍ଷରୁ କମ ବୟସରେ ଡେବ୍ୟୁ କରିବାର ରେକର୍ଡ କିମ୍ବଦନ୍ତୀ କ୍ରିକେଟର ବା ମାଷ୍ଟର ବ୍ଲାଷ୍ଟର ଭାବେ ଜଣାଶୁଣା କ୍ରିକେଟର ଭଗବାନ ସଚିନଙ୍କ ନାମରେ ଥିଲା । ସଚିନ ୧୬ ବର୍ଷ ୨୦୫ ଦିନରେ ଡେବ୍ୟୁ କରିଥିବାବେଳେ ବୈଭବ ୧୫ ବର୍ଷ ୯୯ ଦିନରେ ଡେବ୍ୟୁ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଖବର ଅପଡେଟ୍ ହେଉଛି..