02 JULY 2026

Welcome!

Unlock your personalized experience.
Sign Up

Temple inspection : ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ପୂର୍ତ୍ତ ବିଭାଗ ପକ୍ଷରୁ ASIକୁ ଚିଠି

Jul 02, 2026 - 13:03
Temple inspection : ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ପୂର୍ତ୍ତ ବିଭାଗ ପକ୍ଷରୁ ASIକୁ ଚିଠି

ପୁରୀ, ୨/୭ : ଜୁଲାଇ ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ। ଜୁଲାଇ ୧୮ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା, ଏ ଏସ ଆଇକୁ ଚିଠି କରାଯାଇଛି। ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏହା ଏକ ରୁଟିନ ଯାଞ୍ଚ୍ ପ୍ରକ୍ରିୟା। ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ଏହି ଯାଞ୍ଚ୍ ପ୍ରକ୍ରିୟା କରାଯାଇଥାଏ।

ଆହୁରି ପଢନ୍ତୁ- ଖଣି କ୍ଷେତ୍ରରେ ଦେଶର ବଡ଼ ବିଦେଶୀ ପୁଞ୍ଜି ନିବେଶ, ଶିଳ୍ପ ବିଭାଗ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ଏମଓୟୁ

ଅଲାରନାଥ ପୀଠରେ ଭକ୍ତଙ୍କ ଗହଳି,ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍..ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ